ବୈଭବ ପ୍ରଥମେ ୟୋଗା କୋଚ୍ ସୁନୈତାଙ୍କୁ ବିବାହ କରିଥିଲେ । କିନ୍ତୁ କିଛି ବର୍ଷ ପରେ ତାଙ୍କର ଛାଡପତ୍ର ହୋଇଯାଇଥିଲା । ସୁନୈତା ଏବଂ ବୈଭବଙ୍କର ଜଣେ ଝିଅ ମଧ୍ୟ ଅଛନ୍ତି । ଯିଏକି ତାଙ୍କ ବାପାଙ୍କର ଦ୍ୱିତୀୟ ବିବାହ ସମୟରେ ସେଠାରେ ଉପସ୍ଥିତ ଥିଲେ । ବୈଭବଙ୍କ ଦ୍ୱିତୀୟ ବିବାହ ପରେ , ସୁନୈତା କିଛି ଭିଡିଓ ନିଜ ଇନ୍ଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ଭିଡିଓରେ ସେ କହିଛନ୍ତି ଯେ, ‘ ହଁ ମୋର ପୂର୍ବ ସ୍ୱାମୀ ଦୀୟାଙ୍କୁ ବିବାହ କରିଛନ୍ତି । ମତେ କିଛି ମେସେଜ୍ ଆସୁଛି ଯେଉଁଥିରେ ଲୋକେ ମତେ ପଚାରୁଛନ୍ତି ଯେ, କ’ଣ ମୁଁ ଏବଂ ମୋ ଝିଅ ଠିକ୍ ଅଛୁ ?
ସୁନୈତା କହିଛନ୍ତି ଯେ, ସବୁଠାରୁ ପ୍ରଥମେ ତ ମୁଁ ଆପଣମାନଙ୍କୁ ଧନ୍ୟବାଦ୍ ଜଣାଇବାକୁ ଚାହିଁବି କି ଆପଣମାନେ ମତେ ନିଜର ମାନିଛନ୍ତି । ମୋ ଝିଅ ଏହି ଖାସ୍ ଅବସରରେ ସାମିଲ ହୋଇଥିଲେ । ଏଥିପାଇଁ ମୁଁ ବହୁତ୍ ଖୁସି । ଆମେ ବିଲ୍କୁଲ୍ ଠିକ୍ ଅଛୁ । କେବଳ ଠିକ୍ ନାହୁଁ ମୋର ଝିଅ ବେଶ ଉତ୍ସାହିତ ମଧ୍ୟ ଅଛି । ମୁଁ କିଛି ଭିଡିଓ ଦେଖିଛି ଯେଉଁଥିରେ ସେ ଫୁଲ ଫିଙ୍ଗୁଛି ।
ଆଗକୁ ସେ ଆହୁରି କହିଛନ୍ତି ଯେ, ‘ମୁମ୍ବାଇରେ ଆମର କେହି ପରିବାର ନାହାଁନ୍ତି , ୟେ ଭଲକଥା କି ମୁମ୍ବାଇରେ ତାଙ୍କର ପରିବାର ବଢିଗଲା । ଏହା ସହିତ ସେ ଦୀୟା ଏବଂ ବୈଭବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।