ପ୍ରକାଶ ଥାଉକି, ଏକ ଫଟୋସୁଟର ଦମରେ ସୁନିଲ ଶେଟ୍ଟୀଙ୍କୁ ତାଙ୍କର ପ୍ରଥମ ଫିଲ୍ମ’ବଳବାନ’ମିଳିଥିଲା । ବଳବାନରେ ସୁନିଲ ତାଙ୍କର ବଡି ଦେଖାଇଥିଲେ । ଯାହାକୁ ଅନେକ ଲୋକ ଫଲୋ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ପାଖାପାଖି ସେ ୧୨୦ ଫିଲ୍ମରେ କାମ କରିଛନ୍ତି । ଅନେକ ଆଓ୍ବାର୍ଡରେ ସେ ସମ୍ମାନିତ ମଧ୍ୟ ହୋଇଛନ୍ତି ।
୯୦ ଦଶକରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଥିବା ସୁନିଲ ଶେଟ୍ଟୀ, ଏବେ ଫିଲ୍ମ ଦୁନିଆଁରେ କମ୍ ନଜର ଆସୁଛନ୍ତି ।
ଏବେ ସେ ଅଧିକ ସମୟ ତାଙ୍କର ବିଜନେସ ପାଇଁ ଦେଉଛନ୍ତି । ୫୯ ବର୍ଷ ବୟସରେ ମଧ୍ୟ ସେ ନିଜକୁ ଏକଦମ ଫିଟ ରଖିଛନ୍ତି । ତାଙ୍କ ଝିଅ ମଧ୍ୟ ବଲଉଡରେ ଡେବ୍ୟୁ କରି ସାରିଛନ୍ତି ।