ସୋସିଆଲ ମିଡିଆରେ ଏହାର ଫାଷ୍ଟ ଲୁକ୍ ମଧ୍ୟ ନିକଟରେ ସାମ୍ନାକୁ ଆସି ସାରିଛି । ତେବେ ସେ ତାଙ୍କର ଆଗାମୀ ଫିଲ୍ମରେ ଷୋଳ ଶତାବ୍ଦୀର ସମୁଦ୍ର ଯୋଦ୍ଧା ଭୂମିକାରେ ନଜର ଆସିବେ । ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜେ ଏହାର ସୂଚନା ଦେଇଛନ୍ତି ।
ତେବେ ଦୀର୍ଘ ଦିନ ହେବ ପରଦାରୁ ଦୂରେଇ ରହିଥିବା ଅଭିନେତା ସୁନୀଲ ସେଟ୍ଟୀ, ଏବେ ପରଦାକୁ ଫେରିବାକୁ ଯାଉଥିବା ଖବର ଶୁଣିବା ପରେ, ଦର୍ଶକମାନେ ବେଶ ଖୁସି ଅଛନ୍ତି । ଅନେକ ଫିଲ୍ମରେ ସୁନୀଲ ଜଣେ ଆକ୍ସନ ହୀରୋ ଭାବେ ଦେଖାଦେଇଥିବା ବେଳେ, ଆଗକୁ ଆସୁଥିବା ଏହି ନୂଆ ଫିଲ୍ମରେ ତାଙ୍କୁ ଜଣେ ଯୋଦ୍ଧା ଭୂମିକାରେ ଦେଖିବା ପାଇଁ ଦର୍ଶକମାନେ ଉସ୍ବାହର ସହ ଚାହିଁ ରହିଛନ୍ତି ।
ସୁନୀଲ ସେଟ୍ଟୀ ତାଙ୍କ ଇନ୍ଷ୍ଟାଗ୍ରାମ ପେଜ୍ରେ ଛାଡିଥିବା ତାଙ୍କର ଏହି ଫଟୋରେ , ତାଙ୍କ ମୁହଁରେ ଦାଢି ସାଙ୍ଗକୁ ଦେହରେ ଲୁହାର କବଚ ଆଉ ହାତରେ ଖଣ୍ଡା ଦେଖି ଲାଗୁଛି ଯେ, ସେ କୌଣସି ଏକ ଐତିହାସିକ କାହାଣୀକୁ ନେଇ ଜଣେ ଯୋଦ୍ଧାର ଭୂମିକାରେ ଆସୁଛନ୍ତି । ତେବେ ଡିସେମ୍ବର ୨ରେ ସୁନୀଲ ସେଟ୍ଟୀଙ୍କ ଏହି ଫିଲ୍ମ ‘ମରକ୍କଡ-ଦ ଲାୟନ ଅଫ୍ ଦ ଆରବିୟନ ସୀ’ ରିଲିଜ୍ ହେବାକୁ ଯାଉଛି ।