ସେ ଏହି ଭିଡିଓ ସେୟାର କରିବା ସହିତ ଲେଖିଛନ୍ତି’ ବଚି କେ ସାଥ୍ ବଚି ବନ୍ ରେହିହୁଁ ......’ । ଏଥିରେ ସେ ବ୍ଲୁ କଲର ପ୍ୟାଂଟ୍ ସହିତ ପିଙ୍କ୍ ଟପ୍ ରେ ନଜର ଆସିବା ସହିତ, କ୍ୟୁଟ୍ ଦେଖାଯାଉଛନ୍ତି । ଯାହାକୁ ନେଇ ପ୍ରଶଂସକମାନେ ବେଶ ପ୍ରଶଂସା କରିବାରେ ଲାଗିଛନ୍ତି । ସେ ଏବେ ବକ୍ସିଙ୍ଗ୍ କ୍ଲାସ୍ କରିବା ସହିତ ତା ସହ ଜଡିତ ଫଟୋ ମଧ୍ୟ ଇନ୍ଷ୍ଟାଗ୍ରାମରେ ସେୟାର କରୁଛନ୍ତି ।
କରୋନା ମହାମାରୀ ଆରମ୍ଭ ହେବା ପରେ ଏହି ଅଭିନେତ୍ରୀ ତାଙ୍କ ସ୍ୱାମୀ ଓ ପିଲାଙ୍କ ସହିତ କାଲିଫର୍ଣ୍ଣିଆ ଚାଲିଯାଇଥିଲେ ଏବଂ ସେବେଠାରୁ ସେ ସେହିଠାରେହିଁ ନିଜ ପରିବାର ସହିତ ଅଛନ୍ତି । ଖୁବ୍ ଶିଘ୍ର ସେ ହରର୍ କମେଡି ଫିଲ୍ମ ‘କୋକାକୋଲା’ ରେ ନଜର ଆସିବା ସହିତ ଆଉ କେତୋଟି ଫିଲ୍ମରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି ।