ତେବେ ଗତକାଲି ସନି ଲିଓନି ଏବଂ ତାଙ୍କ ସ୍ୱାମୀ ବିବାହ ବାର୍ଷିକି ପାଳନ କରିଥିଲେ । ଏହି ଖୁସିର ଅବସରରେ ତାଙ୍କ ସ୍ୱାମୀ ତାଙ୍କୁ ଏକ ଖୁବ୍ ସୁନ୍ଦର ଉପହାର ଦେଇଛନ୍ତି । ଏକ ହୀରାର ହାର ସେ ତାଙ୍କୁ ଉପହାର ସ୍ୱରପ ଦେଇଛନ୍ତି । ଏହି ଉପହାର ପାଇବା ପରେ ସନି ଲିଓନି ଖୁସିରେ ଏକଦମ୍ ଝୁମି ଉଠିଛନ୍ତି । ଏହାପରେ ସେ ଏହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରି , ଫ୍ୟାନ୍ସମାନଙ୍କୁ ମଧ୍ୟ ତାଙ୍କ ଖୁସିରେ ସାମିଲ କରିଛନ୍ତି ।
ଏହାପରେ ସେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି , ହୃଦୟର ସହ ସ୍ୱାମୀଙ୍କୁ ଧନ୍ୟବାଦ୍ କହିଛନ୍ତି । ଏହା ସହିତ, ସେ ସେହି ହୀରାର ହାର ପିନ୍ଧି ଏକ ଭିଡିଓ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି ଯେ, ‘ଆମର ୧୦ମ ବିବାହ ବାର୍ଷିକିରେ ମତେ ହିରା ଉପହାର ଦେଇଥିବାରୁ ତୁମକୁ ବହୁତ୍ ବହୁତ୍ ଧନ୍ୟବାଦ୍ । ସତରେ ଏହା ଏକ ସ୍ୱପ୍ନ ଅଟେ । ଏତେ ବର୍ଷ ଆମେ ସାଥିରେ ବିତାଇଛନ୍ତି । ମୁଁ ତୁମକୁ ବହୁତ୍ ଭଲପାଏ ‘ ।