
ମୁମ୍ବାଇ: ବଲିଉଡ ଆକ୍ଟ୍ରିସ୍ ସନି ଲିଓନି । ଏହି ବୋଲ୍ଡ ଅଭିନେତ୍ରୀ ବେଶ ଚୁଲବୁଲି । ନିକଟରେ ଏକ ଫିଲ୍ମ ସୁଟିଂ ସମୟରେ ସନି ନିଜର କୋଷ୍ଟାରଙ୍କୁ ପ୍ରାଙ୍କ କରିବାକୁ ଯୋଜନା କରିଥିଲେ । କିନ୍ତୁ ନିଜର ଜାଲରେ ନିଜେ ହିଁ ଫସିଯାଇଥିଲେ । ମାଲାୟାଲମ ସିନେମା ରଙ୍ଗୀଲାର ସୁଟିଂ ଏବେ ଗୋଆରେ ଚାଲିଛି । ଏହି ଫିଲ୍ମର ସୁଟିଂ ସମୟରେ ସନି ପ୍ରାଙ୍କ୍ କରିବାକୁ ଉଦ୍ୟମ କରୁଥିଲେ ମାତ୍ର ନିଜେ ହିଁ ଫସିଯାଇଥିଲେ । ଏହା ଏକ ଭିଡିଓ ଏବେ ଇନଷ୍ଟାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସନି ନିଜର କିଛି ବନ୍ଧୁଙ୍କ ସହ ସୁଇମିଂ ପୁଲ ନିକଟରେ ଭାଙ୍ଗଡା ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ସମୟରେ ସନି ନିଜର ଜଣେ ବନ୍ଧୁଙ୍କୁ ସୁଇମିଂ ପୁଲ ଭିତରକୁ ଠେଲି ଦେଉଛନ୍ତି । କିନ୍ତୁ ବନ୍ଧୁ ତ ପୁଲରେ ପଡୁଛନ୍ତି ଏବଂ ସନି ଏହାର ମଜା ନେଉଛନ୍ତି । ତେବେ ଏହି ସମୟରେ ଆଉ ଜଣେ ବନ୍ଧୁ ସନିଙ୍କୁ ଠେଲି ଦେଉଛନ୍ତି ଏବଂ ସନି ସିଧା ଯାଇ ପୁଲରେ ପଡୁଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ସମସ୍ତ ବନ୍ଧୁମାନେ ହସିବାରେ ଲାଗିଛନ୍ତି ।
ସୂଚନାଯୋଗ୍ୟ, ନିଜର ଅନ୍ଦାଜ ଓ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ସନି । ନିକଟରେ ନିଜର ସନ୍ତାନମାନଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି । ସରୋଗେସୀ ଜରିଆରେ ଦୁଇଟି ସନ୍ତାନ ଜନ୍ମ ଦେଇଥିବେ ବେଳେ ଗୋଟିଏ ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସନି ।
