ହସି ହସି ବାବା ରାମଦେବଙ୍କ ସହ ଶିଳ୍ପା ଯୋଗା ପୋଜ ଦେଉଥିବାର ଭିଡିଓରେ ନଜର ଆସୁଛି । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ, ଫ୍ରେମ୍ରେ ପତଞ୍ଜଳିର ରାଜାଙ୍କ ସହିତ ‘ଅଞ୍ଜଳି’। ସ୍ୱାମୀଜୀ ଆପଣ ଉପସ୍ଥିତ ରହି ଆମକୁ ଆଶୀର୍ବାଦ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଯୋଗରେ ହିଁ ହେବ! ଆତ୍ମାନମସ୍ତେ! ଏହା ସହିତ ଶିଳ୍ପା ହ୍ୟାଶଟ୍ୟାଗ୍ ଦେଇ ସୁପର ଡ୍ୟାନ୍ସର ଚାପ୍ଟର ୪, ନଚ୍ପନ୍ କା ତ୍ୟୌହାର୍, କୃତଜ୍ଞତା, ଧନ୍ୟ, ସଟର୍ଡେ ଭାଇବ୍ସ ଓ ଯୋଗ୍ ସେ ହିଁ ହୋଗା ଲେଖିଛନ୍ତି।
ନିର୍ମାତାଙ୍କ ଦ୍ୱାରା ଯେଉଁ ପ୍ରୋମା ସେୟାର କରାଯାଇଛି, ସେଥିରେ ରାମଦେବ ଏକ ନିଆରା କଥା କହିଛନ୍ତି। ସେ ନିଜର ତୁଳନା ଶୋ’ର ଏକ ପ୍ରତିଯୋଗୀ ନୀରଜା ତିୱାରୀଙ୍କ ସହ କରିଛନ୍ତି। ରାମଦେବ ଯେତେବେଳେ ନୀରଜାଙ୍କ ସହିତ ଷ୍ଟେଜ୍ରେ ଠିଆ ହୁଅନ୍ତି, ସେତେବେଳେ ଶୋ’ର ହୋଷ୍ଟ୍ ରାମଦେବଙ୍କୁ କହିଛନ୍ତି ଯେ ନୀରଜାଙ୍କ ସୁପରମୁଭ୍ସରେ ଯୋଗ ହିଁ ଯୋଗ। ଏହା ପରେ ରାମଦେବ କୁହନ୍ତି ଯେ ନୀରଜା ତାଙ୍କଠାରୁ ବି ଆହୁରି ଫୁର୍ତ୍ତି। ଏହା ପରେ ରାମଦେବ ଓ ନୀରଜା ସାଙ୍ଗହୋଇ ଯୋଗ କରୁଥିବା ଦେଖାଯାଏ। ନୀରଜାଙ୍କ ଯୋଗାସନ ଦେଖି ବାବା ରାମଦେବ ବି ଆଶ୍ଚର୍ଯ୍ୟ ହୋଇଯାଆନ୍ତି।