ଫିଲ୍ମକୁ ୧୦ ରୁ ୯.୬ ରେଟିଙ୍ଗ ମିଳିଛି । ଏତେ ବିବାଦ ପରେବି ଜୟ ଭୀମକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ଜୟ ଭୀମର ଅଫିସିଆଲ ଟିମ ଘୋଷଣା କରିଛି ଯେ, ଫିଲ୍ମକୁ ଏକ ଟ୍ୱିଟ ଜରିଆରେ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ପାଇଁ ସବମିଟ କରାଯାଇଛି ।
ନୂଆଦିଲ୍ଲୀ : ଫିଲ୍ମ‘ଜୟ ଭୀମ’ ରିଲିଜ ହେବା ପରେ ଲଗାତାର ବିବାଦ ମଧ୍ୟରେ ରହିଛି । କିନ୍ତୁ ଏହାପରେ ବି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି । ଅନ୍ୟପଟେ ଏକ ବିଶେଷ ସମ୍ପ୍ରଦାୟ ଏହି ଫିଲ୍ମକୁ ବହିଷ୍କାର କରିଛି । ଫିଲ୍ମ ଯୋଗୁଁ ଅଭିନେତାଙ୍କ ସମେତ ଫିଲ୍ମ ନିର୍ମାତା ଓ ଆମାଜନ ପ୍ରାଇମ ଭିଡିଓକୁ ଅନେକଥର ଧମକ ମିଳିଛି । ଫିଲ୍ମକୁ ତାମିଲନାଡୁରେ ବିରୋଧ କରାଯାଇଛି । ଏହାରି ମଧ୍ୟରେ ଜଣାପଡିଛି ଯେ ‘ଜୟ ଭୀମ’ ଅଫିସିଆଲି ଗୋଲ୍ଡେନ ଗ୍ଲୋବ୍ସ ୨୦୨୨ ରେ ସର୍ବଶ୍ରେଷ୍ଠ ଅଣ-ଇଂରାଜୀ ଭାଷା ଫିଲ୍ମ କ୍ୟାଟେଗରୀରେ ମନୋନୀତ ହୋଇଛି ।
ଫିଲ୍ମକୁ ୧୦ ରୁ ୯.୬ ରେଟିଙ୍ଗ ମିଳିଛି । ଏତେ ବିବାଦ ପରେବି ଜୟ ଭୀମକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ଜୟ ଭୀମର ଅଫିସିଆଲ ଟିମ ଘୋଷଣା କରିଛି ଯେ, ଫିଲ୍ମକୁ ଏକ ଟ୍ୱିଟ ଜରିଆରେ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ପାଇଁ ସବମିଟ କରାଯାଇଛି ।