ଏହାକୁ ନେଇ ସୁସ୍ମିତା ସେନ୍ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଦିଲ୍ଲୀର ଏକ ହସ୍ପିଟାଲର ସିଇଓ ସୁନୀଲ ସାଗର କହିଛନ୍ତି ଯେ, ଅକ୍ସିଜେନର ଘୋର ଅଭାବ ହେବାରେ ଲାଗିଛି । ଏହି କାରଣରୁ ବାଧ୍ୟ ହୋଇ ରୋଗୀମାନଙ୍କୁ ଡିସଚାର୍ଜ କରାଯାଉଛି । କରୋନା କାରଣରୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି ।
ପୋଷ୍ଟ ସେୟାର କରି ସୁସ୍ମିତା ଲେଖିଛନ୍ତି ଯେ, ‘ଏହା ଅତ୍ୟନ୍ତ ହୃଦୟ ବିଦାରକ କଥା । ସବୁ ସ୍ଥାନରେ ଅକ୍ସିଜେନର ଅଭାବ ରହିଛି । ମୁଁ ଦିଲ୍ଲୀର ଏକ ହସ୍ପିଟାଲ ପାଇଁ କିଛି ଅକ୍ସିଜେନ୍ ସିଲିଣ୍ଡର ପଠାଇବାକୁ ଚାହୁଁଛି । ହେଲେ ଏଠାରୁ ମୁଁ ପଠାଇ ପାରୁନାହିଁ । ଦୟାକରି କିଛି ରାସ୍ତା ବାହାର କରିବାରେ ମୋର ସାହାଯ୍ୟ କରନ୍ତୁ ‘ ।
ତାଙ୍କର ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ପୋଷ୍ଟକୁ ନେଇ ଚାରିଆଡୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି । ହେଲେ ଆଉ କିଛି ୟୂଜର୍ସ ସୁସ୍ମିତାଙ୍କୁ ଟ୍ରୋଲ କରୁଛନ୍ତି । ଜଣେ ୟୂଜର ଲେଖିଛନ୍ତି ଯେ, ଅକ୍ସିଜେନର ଅଭାବ ସବୁ ସ୍ଥାନରେ ଅଛି , ହେଲେ ଆପଣ ଏହି ସିଲିଣ୍ଡରକୁ ମୁମ୍ବାଇ ପରିବର୍ତ୍ତେ ଦିଲ୍ଲୀ କାହିଁକି ପଠାଉଛନ୍ତି’ । ଏହାର ଜବାବ୍ ଦେଇ ସୁସ୍ମିତା ଲେଖିଛନ୍ତି ଯେ, ‘କାହିଁକି ନାଁ ମୁମ୍ବାଇରେ ଅକ୍ସିଜେନ୍ ଅଛି । ଦିଲ୍ଲୀରେ ନାହିଁ , ଆଉ ତାହା ପୁଣି ଛୋଟଛୋଟ ହସ୍ପିଟାଲରେ । ଯଦି ଆପଣ ବି ସାହାଯ୍ୟ କରିପାରିବେ ତେବେ କରନ୍ତୁ ‘ ।