ଏଥିରେ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ତାପସୀଙ୍କ ବ୍ୟତୀତ ଆଉ କିଛି କଳାକାର ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ ।
ଏହି ଦିନ ରିଲିଜ୍ ହେବ ଫିଲ୍ମ ‘ସାବାସ୍ ମିଠୁ’

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ନିଜର ଦମଦାର ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ଅଭିନୟକୁ ବେଶ ପସନ୍ଦ କରନ୍ତି ଦର୍ଶକ । ସେ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବାରେ, କୌଣସି ବି ସୁଯୋଗ ହାତଛଡା କରନ୍ତି ନାହିଁ । ତେବେ ପୁଣି ଥରେ ତାପସୀ ତାଙ୍କର ଅଗାମୀ ଫିଲ୍ମରେ ଏକ ନୂଆ ରୂପରେ ନଜର ଆସିବାକୁ ଯାଉଛନ୍ତି । ତାଙ୍କର ନୂଆ ଫିଲ୍ମ’ସାବାସ୍ ମିଠୁ’ର ସୁଟିଂ ଯାଇଛି ଏବଂ ଏହାର ରିଲିଜ୍ ଡେଟ୍ ମଧ୍ୟ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ତାପସୀ ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପ୍ଟେନ’ମିତାଲୀ ରାଜ’ଙ୍କ ଚରିତ୍ରରେ ନଜର ଆସିବେ । ତେବେ ଫିଲ୍ମ’ସାବାସ୍ ମିଠୁ’ ୪ ଫେବୃୟାରୀ ୨୦୨୨ରେ ସିନେମାଘରେ ରିଲିଜ୍ ହେବାକୁ ଯାଉଛି ।
ମାର୍କେଟରୁ ଉଭାନ୍ ହେବ ୨୦୦୦ ଟଙ୍କିଆ ନୋଟ୍ !

ଅର୍ଗସ୍ ବ୍ୟୁରୋ : ୨୦୧୬ ନଭେମ୍ବର ୮ରେ ମୋଦି ସରକାର ଦେଶରେ ପ୍ରଚଳନ ହେଉଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରିଦେଲେ। ତାହା ସ୍ଥାନରେ ବିତ୍ତୀୟ ବଜାରକୁ ଆସିଲା ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍। ହେଲେ ୫ଶହ ଟଙ୍କିଆ ନୋଟ୍ ଯେଉଁଭଳି ଲୋକଙ୍କ ଚାହିଦା ମେଣ୍ଟାଇଲା, ସେଭଳି ଚାହିଦା ମେଣ୍ଟାଇଲାନି ୨ହଜାର ଟଙ୍କିଆ।
ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଏଣିକ
Download Argus News App
