ଏହି ଫଟୋ ଶୁଟରେ ତାପସୀ ଡିପ ନେକ ଆଉଟଫିଟ ସହିତ ମା ଲକ୍ଷ୍ମୀଙ୍କର ଏକ ନେକଲେସ ପିନ୍ଧିଛନ୍ତି । ଏହି ଫଟୋକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଏହାକୁ ଦେଖିବାପରେ ସମସ୍ତେ ତାପସୀ ପନ୍ନୁଙ୍କ ଉପରେ ବର୍ଷିଛନ୍ତି ।
ତାପସୀ ପନ୍ନୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲାକମି ଫ୍ୟାଶନ ୱିକର ଏକ ଫଟୋ ଓ ଭିଡିଓ ଶେୟାର କରିଥିଲେ । ଏଥିରେ ତାପସୀ ଲାଲ ରଙ୍ଗର ଡିପ ନେକ ଡ୍ରେସ ସହିତ ମା’ ଲକ୍ଷ୍ମୀଙ୍କର ନେକଲେସ ପିନ୍ଧିଥିବା ଦେଖା ଯାଇଥିଲା । ଏହା ସହିତ ସେ କ୍ୟାପସନରେ ଲେଖିଥିଲେ – ୟେ ଲାଲ ରଙ୍ଗ କବ୍ ମୁଝେ ଛୋଡେଗା ।
ସୋସିଆଲ ମିଡିଆରେ ଏହି ଫଟୋ ଦେଖିବା ପରେ ମିଡିଆ ୟୁଜର୍ସ ମାନେ ରାଗି ଯାଇଥିବା ଦେଖିବାକୁ ମିଳିଥିଲା । ଏପରି କରି ତାପସୀ ପନ୍ନୁ ମା ଲକ୍ଷ୍ମୀଙ୍କର ଅପମାନ କରିଥିବା ନେଇ ସେମାନେ ଅଭିଯୋଗ କରିଥିଲେ ।
କିଛି ୟୁଜର୍ସ ତାପସୀଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଲେଖିଲେ ଯେ ହିନ୍ଦୁ ଧର୍ମକୁ ଅପମାନିତ କରିଥିବା କାରଣରୁ ତୁମକୁ ଲଜ୍ଜା ଲାଗିବା ଉଚିତ । ଅନ୍ୟ ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଥିଲେ , ହ୍ୱାଟ ରବିଶ୍ , ଏଭଳି ବସ୍ତ୍ର ପିନ୍ଧି ମା’ଲକ୍ଷ୍ମୀଙ୍କ ଜୁଏଲାରୀ ପିନ୍ଧିବା ଆଦୌ ଠିକ ନୁହେଁ।
କପିଲ କୁମାର ନାମରେ ଜଣେ ୟୁଜର୍ସ ଲେଖିଛନ୍ତି ଯେ – ତାପସୀ ତୁମକୁ ଲଜ୍ଜା ଲାଗିବା ଦରକାର । ଏହା ସମ୍ପୂର୍ଣ୍ଣ ରୂପେ ଘୃଣ୍ୟ କାର୍ଯ୍ୟ । କୌଣସି ଧର୍ମର ପ୍ରତୀକ ମାନଙ୍କୁ ତୁମେ କିପରି ରିପ୍ରେଜେଣ୍ଟ କରିବ ତାହା ଜଣେ ସେଲିବ୍ରିଟି ଭାବେ ତୁମକୁ ଜଣାଥିବା ଦରକାର। ଆଉ ଜଣେ ଲେଖିଛନ୍ତି ତାପସୀ ଫ୍ୟାସନ ୱିକରେ ଯେଉଁ କପଡା ପିନ୍ଧିଛନ୍ତି ତାହା ଖୁବ ରିଭିଲିଂ। ଏହା ସହିତ ସେ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ବିଶିଷ୍ଟ ନେକଲେସ ପିନ୍ଧି ଲଜ୍ଜାଜନକ କାମ କରିଛନ୍ତି ।
ଅଧିକ ମନୋରଞ୍ଜନ ଖବର ପଢ଼ନ୍ତୁ