ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଏହି ଫିଲ୍ମର ମୋଶନ ପୋଷ୍ଟର ରିଲିଜ କରିଛନ୍ତି। ଏଥିରେ ତାପସୀଙ୍କ ଚେହେରା ଦେଖାଯାଉଥିବାବେଳେ ତାଙ୍କର ଆଉ ଏକ ଚେହେରା ଦେଖାଯାଉଛି। ଏଥିରେ ଅଭିନେତ୍ରୀ ଡବଲ ରୋଲରେ ନଜର ଆସିପାରନ୍ତି। ଅଭିନେତ୍ରୀ କହିଛନ୍ତି, ତାଙ୍କ ଫିଲ୍ମ `ବ୍ଲର’ରେ ତାପସୀଙ୍କ ସହ ଗୁଲସନ ଦେବୈୟା ବି ରହିଛନ୍ତି। ମୁଭି ବ୍ଲର ସ୍ପାନିଶ ମୁଭି ଜୁଲିୟା ଆଇଜର ହିନ୍ଦୀ ରିମେକ। ତାପସୀ ଏହି ଫିଲ୍ମର ପ୍ରଯୋଜନା ବି କରୁଛନ୍ତି।
ଓଟିଟିରେ ରିଲିଜ ହେବ ତାପସୀଙ୍କ ଫିଲ୍ମ

ଅର୍ଗସ ବ୍ୟୁରୋ: ବଲିଉଡରୁ ସାଉଥ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜ ଅଭିନୟର କମାଲ ଦେଖାଇଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ୨୦୨୧ରେ ତାଙ୍କ ଅଭିନୀତ ୩ଟି ଫିଲ୍ମ ରିଲିଜ ହୋଇଥିବାବେଳେ ସବୁ ଫ୍ଲପ ହୋଇଥିଲା। ଏବେ ତାପସୀଙ୍କ ଅଭିନୀତ ଚତୁର୍ଥ ଫିଲ୍ମ ବ୍ଲର ରିଲିଜ ହେବାକୁ ପ୍ରସ୍ତୁତ ହୋଇଗଲାଣି। ତାପସୀ ତାଙ୍କର ଏହି ମୁଭିକୁ ନେଇ କିଛି ଅପଡେଟ ଦେଇଛନ୍ତି। ଏହି ମୁଭିକୁ ନେଇ ନୂଆ ଅପଡେଟ ଦେଇଛନ୍ତି ତାପସୀ। ତାପସୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି କି ଫିଲ୍ମ ବ୍ଲର ସିନେମା ହଲରେ ରିଲିଜ ନ ହୋଇ ଡାଇରେକ୍ଟ ଓଟିଟିରେ ରିଲିଜ ହେବ । ଏହାସହ ଓଟିଟି ପ୍ଲାଟଫର୍ମ ଓ ଫିଲ୍ମର ରିଲିଜ ଡେଟକ ନେଇ ବି ଅପଡେଟ ଦେଇଛନ୍ତି ତାପସୀ।
Download Argus News App
