ନୂଆଦିଲ୍ଲୀ : ବଲିଉଡର ଷ୍ଟାର କପୁଲ କରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ସୁପୁତ୍ର ତୈମୁର ଅଲ୍ଲୀ ଖାନଙ୍କୁ କିଏ ବା ନଜାଣେ । ସୋସିଆଲ ମିଡିଆରେ ସବୁବେଳେ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ଫଟୋ ଏବଂ ଭିଡିଓରେ ତାଙ୍କର କ୍ୟୁଟ ଅନ୍ଦାଜକୁ ଫ୍ୟାନ୍ସ ବହୁତ୍ ପସନ୍ଦ କରନ୍ତି । ଏବେ ନିକଟରେ ତୈମୁରଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତୈମୁର ତାଙ୍କ ମମ୍ମି ଓ ଛୋଟ ଭାଇଙ୍କ ସହିତ, ନଜର ଆସୁଛନ୍ତି । ସେ ସମୟରେ ତୈମୁର ସେଠାରେ ଉପସ୍ଥିତ ଥିବା କ୍ୟାମେରାମ୍ୟାନଙ୍କ ଉପରେ ଭଡକୁଥିବା ନଜର ଆସୁଛନ୍ତି । ତାଙ୍କର ଏହି ଭିଡିଓ ଏବେ ସାସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଫ୍ୟାନ୍ସ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।
ତୈମୁରଙ୍କ ଏଡି ଭିଡିଓ ବିରଲଭୟାନି ଇନଷ୍ଟାଗ୍ରାମ ଆକାଉଂଟରେ ସେୟାର କରା ଯାଇଛି । ସେଥିରେ ଦେଖିବାକୁ ମିଳୁଛି ଯେ, ଯେମିତି କରୀନା ପିଲାମାନଙ୍କୁ ଧରି ଗେଟ ବାହାରକୁ ଆସୁଛନ୍ତି, କ୍ୟାମେରାମ୍ୟାନ ତାଙ୍କୁ ଫଟୋ କ୍ଲିକ୍ କରିବାକୁ ଅନୁରୋଧ କରୁଛନ୍ତି , କିନ୍ତୁ ସେ ସମୟରେ ତୈମୁର କ୍ୟାମେରାମ୍ୟାନଙ୍କ ଉପରେ ରାଗି ଯାଆନ୍ତି । ଭିଡିଓରେ ସେ ବହୁତ ରାଗିଥିବା ନଜର ଆସୁଛନ୍ତି ସତ, ତଥାପି ତାଙ୍କର ଏହି କ୍ୟୁଟ ଅନ୍ଦାଜକୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି । ଏବଂ ସମସ୍ତେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।