ନୂଆଦିଲ୍ଲୀ: ବଲିଉଡ ସମେତ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ବେଶ ପରିଚିତ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରୁହନ୍ତି ତମନ୍ନା । ପୋଷ୍ଟ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ନିକଟରେ ତମନ୍ନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଖୁବ୍ ସୁନ୍ଦର ଅନ୍ଦାଜରେ ତାଙ୍କର ସମର ଲୁକ୍ ସେୟାର କରିଛନ୍ତି । ଏହା ସହିତ ସେ କ୍ୟାପସନରେ ଦେଇଛନ୍ତି, ‘That summer feeling ‘ । ତମନ୍ନାଙ୍କର ଏହି ଭିଡିଓକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିବାରେ ଲାଗିଛନ୍ତି । କେବଳ ଫ୍ୟାନ୍ସ ନୁହଁନ୍ତି , ବରଂ ଅନେକ୍ କଳାକାର ମଧ୍ୟ ରିଆକ୍ସନ ଦେବାରେ ଲାଗିଛନ୍ତି ।
ଅର୍ଗସ ବ୍ୟୁରୋ: ଜଳିଗଲା ଦେଢ଼ କୋଟି ଟଙ୍କାର ଉର୍ଦ୍ଧ୍ବ ସାମଗ୍ରୀ। ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି ନୟାଗଡ଼ ଓଡ଼ଗାଁ ରାସ୍ତାରେ ଥିବା ଇଲୋକ୍ଟ୍ରୋନିକ୍ସ ଦୋକାନରେ। ସୂଚନା ଅନୁସାରେ ନୟାଗଡ଼ ଓଡ଼ଗାଁ ରାସ୍ତାରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ସମ୍ମୁଖରେ ଥିବା ଇଲୋକ୍ଟ୍ରୋନିକ୍ସ ହାଉସରେ ବିଳମ୍ବିତ ରାତିରେ ସଟସର୍କିଟ ଯୋଗୁ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା।
ଖବର ପାଇ ସୋରୁମ ମାଲିକ ଓ ତାଙ୍କ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନୟାଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସୋରୁମରେ ଥିବା ସମସ୍ତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ତେବେ ପ୍ରାୟ ଦେଢ଼ କୋଟି ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ନେଇ ସୂଚନା ମିଳିଛି l
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଗଜପତି: ଗଜପତି ଗାରବନ୍ଧ ଥାନା ଅନ୍ତର୍ଗତ ଆମାରସିଂ ଗ୍ରାମରେ ହତ୍ୟା । ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ମୃତ ମହିଳାଙ୍କ ନାମ ଦୁସିଲା ଶବର । ଚିକିତ୍ସା କେନ୍ଦ୍ରକୁ ଆଣୁଥିବାବେଳେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଦୁସିଲାଙ୍କ ଝିଅ ପ୍ରିୟଙ୍କା ଶବର । ଗାରବନ୍ଧ ପୋଲିସ ମାମଲା ରୁଜୁ କରିବା ସହ ହତ୍ୟା ଅଭିଯୁକ୍ତ ଗୁରୁନାଥ ଶବରକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ସ୍ୱାମୀ ଏପରି କାଣ୍ଡ ଭିଆଇଛି ସେ ନେଇ ସ୍ୱାମୀକୁ ପଚରାଉଚରା କରୁଛି ପୋଲିସ ।
ଆହୁରି ପଢନ୍ତୁ ଅପରାଧ ଖବର...
ନୂଆଦିଲ୍ଲୀ: ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ହିତାଧିକାରୀଙ୍କ ସହ ଆଲୋଚନା କଲେ ପିଏମ୍ ମୋଦି । ପ୍ରଧାନମନ୍ତ୍ରୀ ମହିଳା କୃଷକ ଡ୍ରୋନ୍ କେନ୍ଦ୍ରର କଲେ ଶୁଭାରମ୍ଭ। ମହିଳା ମାନଙ୍କର ନେତୃତ୍ବାଧୀନ ବିକାଶ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ପ୍ରଧାନମନ୍ତ୍ରୀ ମହିଳା କୃଷକ ଡ୍ରୋନ୍ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। 10 ହଜାର ତମ ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିଛନ୍ତି ପିଏମ୍ ମୋଦି। ଏହାସହ ଏମ୍ସ ଦେଓଘରରେ ଐତିହାସିକ ୧୦ ହଜାର ତମ ଜନ ଔଷଧି କେନ୍ଦ୍ର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ।
ସରକାରଙ୍କ ପ୍ରମୁଖ ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ସମନ୍ବୟ ହାସଲ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଉଛି । ଦେଶର ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଜାରି ରହିଛି ।
ଅଧିକ ପଢନ୍ତୁ ଭାରତ ଖବର