ଜଗା ଦର୍ଶନରେ ଲାଗିଲା କଟକଣା
ନୂଆଦିଲ୍ଲୀ : ଆସିବାକୁ ଯାଉଛି ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କ ନୂଆ ତେଲୁଗୁ ୱେବ୍ ସିରିଜ୍ । ଯାହାର ନାଁ ରହିଛି ‘11th Hour ’ । ଓଟିଟି ପ୍ଲାଟଫର୍ମରେ ଏହା ୯ ଏପ୍ରିଲରେ ରିଲିଜ୍ ହେବାକୁ ଯାଉଛି । କାହାଣୀର ସଫଳତାକୁ ନେଇ ବେଶ ଆଶାବାଦୀ ଅଛନ୍ତି ଅଭିନେତ୍ରୀ ତମନ୍ନା ଭାଟ୍ଟିଆ । ତେଲୁଗୁ,ତାମିଲ ଓ ହିନ୍ଦୀ ଚଳଚିତ୍ର ଜଗତର ଜଣେ ପରିଚିତ ଚେହେରା ତମନ୍ନା ଭାଟ୍ଟିଆ,ନିଶ୍ଚୟ ଦର୍ଶକଙ୍କ ଭଲପାଇବା ସାଉଣ୍ଟିବେ ବୋଲି ଆଶା କରାଯାଉଛି । ଜବରଦସ୍ତ ଇମୋସନରେ ଭରପୁର ଏହି ୱେବ୍ ସିରିଜ୍ ମାଧ୍ୟମରେ ତମନ୍ନା ସଫଳତାର ଆଉ ଏକ ପାହାଚ ଚଢିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।