କିଛିଦିନ ପୂର୍ବରୁ ଥାବ୍ସି ଏକ ଭିଡିଓ ମାଧ୍ୟମରେ ତାଙ୍କ ଚିକିତ୍ସା ପାଇଁ ଯାହାଯ୍ୟ ମାଗୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ଭାଇରାଲ ହେବା ପରେ , ସାଉଥ୍ ଇଣ୍ଡଷ୍ଟ୍ରୀର ଅନେକ କଳାକାର ତାଙ୍କର ଯାହାଯ୍ୟ କରିବାକୁ ଆଗକୁ ଆସିଥିଲେ । ଭିଡିଓରେ ଥାବ୍ସି ପୁରାପୁରି ଦୁର୍ବଳ ହୋଇଯାଇଥିବା ନଜର ଆସିଥିଲେ । ଏହା ସହିତ ସେ କହିଥିଲେ, ମୁଁ କେବେବି ଭାବି ନଥିଲି ଯେ, ମୁଁ କେବେ ଏଭଳି ବେମାରୀର ଶିକାର ହେବି ବୋଲି ।
ଆରପାରିକୁ ଚାଲିଗଲେ ଅଭିନେତା ଥାବ୍ସି

ମଦୁରାଇ : ତାମିଲ ଅଭିନେତା ଥାବ୍ସି ଆଉ ଏ ଦୁନିଆଁରେ ନାହାଁନ୍ତି । ଗତ ସୋମବାର ରାତିରେ ୬୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କ୍ୟାନସରରେ ପିଡିତ ଥାବ୍ସି ମଦୁରାଇର ଏକ ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଖବର ଅନୁସାରେ , ତାଙ୍କର ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତୀ କରାଯାଇଥିବା ବେଳେ, ରାତି ୮ଟାରେ ଦେହାନ୍ତ ହୋଇଛି ।
Download Argus News App
