ନୂଆଦିଲ୍ଲୀ : ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା । ମନୋରଞ୍ଜନ ଦୁନିଆଁରୁ ଆସିଲା ପୁଣି ଏକ ଦୁଃଖଦ ଖବର । ତାମିଲ ଟିଭି ଅଭିନେତା ଇନ୍ଦ୍ର କୁମାର ଫାଶୀ ଲଗାଇ କରିଛନ୍ତି ଆତ୍ମହତ୍ୟା । ଚେନ୍ନାଇର ଜଣେ ବନ୍ଧୁଙ୍କ ଘରୁ ତାଙ୍କର ମୃତଦେହ ମିଳିଥିଲା । ରିପୋର୍ଟସ୍ ମୁତାବିକ୍, ସେ ତାଙ୍କ ବନ୍ଧୁଙ୍କୁ ଦେଖା କରିବାକୁ ଆସିଥିଲେ । ଆଉ ପରଦିନ ସକାଳେ ତାଙ୍କ ଘରୁ ହିଁ ତାଙ୍କ ମୃତଦେହ ମିଳିଥିଲା । ଯେତେବେଳେ ଅଭିନେତାଙ୍କ ବନ୍ଧୁ ଏ ବିଷୟରେ ଜାଣିଲେ , ପୁଲିସକୁ ସେତେବେଳେ ସୂଚନା ଦେଇଥିଲେ ସେ । ପୋଲିସ୍ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଏହାର ତଦନ୍ତ ଚାଲିଛି ।
ପୋଲିସଙ୍କୁ ତାଙ୍କ ବନ୍ଧୁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସଂଧ୍ୟାରେ ଇନ୍ଦ୍ର କୁମାର ଫିଲ୍ମ ଦେଖିବାକୁ ଯାଇଥିଲେ । ଏହାପରେ ସେ ତାଙ୍କ ବନ୍ଧୁଙ୍କ ଘରେ ଏକା ଥିଲେ । ଯେତେବେଳେ ତାଙ୍କ ବନ୍ଧୁ ସକାଳେ ଆସି କବାଟ ଠ୍କ୍ଠକ୍ କରିଥିଲେ ସେତେବେଳେ ତାଙ୍କୁ କୌଣସି ଯବାବ୍ ମିଳିନଥିଲା । ଏହାପରେ ସେ କବାଟ ଖୋଲିବା ପରେ ଦେଖିଲେ ଅଭିନେତାଙ୍କ ମୃତଦେହ ପଡିଛି ।
ହେଲେ ତାଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ଏବେ ଯାଏଁ କୌଣସି ସ୍ପଷ୍ଟ ହୋଇନାହିଁ । କାହିଁକି ନାଁ , ପୋଲିସକୁ ଘଟଣାସ୍ଥଳରୁ କୌଣସି ସୁଇସାଇଡ ନୋଟ୍ ମିଳିନାହିଁ । କୁହାଯାଉଛି ଯେ, ଇନ୍ଦ୍ର କୁମାର ଟିଭି ସିରିଏଲରେ କାମ କରୁଥିଲେ ଏବଂ କିଛି ନୂଆ ସୁଯୋଗ ପାଇଁ ଅପେକ୍ଷା କରିଥିଲେ । ହେଲେ ତାଙ୍କୁ କାମ ମିଳୁନଥିଲା । ଯେଉଁଥିପାଇଁ ସେ ବେଶ ଚାପ ମଧ୍ୟରେ ରହୁଥିଲେ । ପ୍ରକାଶ ଥାଉକି, ଅଭିନେତା ଜଣଙ୍କ ହେଉଛନ୍ତିି ବିବାହିତା ଏବଂ ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି ।