ଅର୍ଗସ ବ୍ୟୁରୋ: ତାଣ୍ଡବ ରଚିଲା ତାଣ୍ଡବ। ଜାଣିଶୁଣି ହିନ୍ଦୁ ଭାବନାକୁ ଆଘାତ କରାଯାଉଥିବାର ଅଭିଯୋଗ। ବୟେକଟ ଆମାଜନ ପ୍ରାଇମ ସପକ୍ଷରେ ସୋସିଆଲ ମିଡିଆରେ ଅଭିଯାନ। ଗତ ଶୁକ୍ରବାର ଦିନ ଆମାଜନ ପ୍ରାଇମ ଦ୍ବାରା ନିର୍ମିତ ଓ୍ବେବ ସିରିଜ ତାଣ୍ଡବର ରିଲିଜ ହେବାପରେ ଏହାକୁ ନେଇ ଦେଶରେ ବିବାଦ ସୃଷ୍ଟି ହୋଇଛି। ଏହାର କିଛି ଦୃଶ୍ୟ ଆପତ୍ତିଜନକ ବୋଲି ସାମାଜିକ ଗଣମାଧ୍ୟମରେ ସମାଲୋଚନା କରାଯାଇଛି। ସିରିଜର ଷ୍ଟୋରି ଲାଇନ ରାଜନୈତିକ ହୋଇଥିବା ବେଳେ ଏକ ବିଶେଷ ଦୃଶ୍ୟରେ ହିନ୍ଦୁ ଭଗବାନ ଶିବଙ୍କ ଚରିତ୍ର ଖରାପ ଭାଷା ପ୍ରୟୋଗ କରୁଥିବାର ଦେଖାଯାଇଛି। ଏହା ସହିତ ସିରିଜର ପ୍ରାରମ୍ଭରେ ହିନ୍ଦୁ ଦେବତାଙ୍କୁ ବିଦ୍ରୁପ କରି ଦେଖାଇଯାଇଥିବାର ଅଭିଯୋଗ କରାଯାଇଛି। ତେବେ ଏହାର ଅଭିନେତା ଜିସାନ ଆୟୁବଙ୍କ ବିରୋଧରେ ଆଗରୁ ମଧ୍ୟ ଏପରି ଅନେକ ଅଭିଯୋଗ ରହିଛି । ସିରିଜରେ ସୈଫ ଅଲ୍ଲୀ ଖାନ , ଡିମ୍ପଲ କପାଡିଆଙ୍କ ପରି ଅନେକ ପ୍ରମୁଖ କଳାକାର ମଧ୍ୟ ଅଛନ୍ତି । ତେବେ ସିରିଜ ଏପରି ଆସିବା ପରେ ସିରିଜ ପ୍ରଯୋଜକ ଓ ଅଭିନେତା ସୈଫ ଅଲ୍ଲୀ ଖାନ ମଧ୍ୟ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ବର୍ତମାନ ଆମାଜନ ପ୍ରାଇମକୁ ବଏକଟ କରିବା ପାଇଁ ବିଜେପି ତରଫରୁ ବିବୃତ୍ତି ଦିଆଯାଇଛି । ଏହା ଦେଶର ହିନ୍ଦୁ ମାନଙ୍କର ଭାବନାକୁ ତୀବ୍ର ଆଘାତ ଦେଇଥିବାରୁ ଏହି ଓ୍ବେବ ସିରିଜର ପ୍ରସାରଣ ପୁରାପୁରି ବନ୍ଦ କରିବାକୁ ବିଭିନ୍ନ ମାହୋଲରେ ଆହ୍ବାନ କରାଯାଉଛିା
ସିନେମାରେ ହିନ୍ଦୁ ଭାବନାକୁ ଅପମାନିତ କରିବା ପାଇଁ ପ୍ରଯୋଜକ ଓ ଅଭିନେତା ଅଭିନେତ୍ରୀ ମାନଙ୍କ ନାମରେ ଅଭିଯୋଗ ରହିଆସିଛି । ନିଜକୁ ବିବାଦକୁ ଆଣି ଜନତାଙ୍କ ନଜରକୁ ଆସିବା ଏମନଙ୍କର ଆଜେଣ୍ଡା ରହିଆସିଛି । ହିନ୍ଦୁ ଧର୍ମକୁ ଅପମାନିତ କରିବାପାଇଁ ଅନ୍ତରାଷ୍ଟ୍ରୀୟ ଷଡଯନ୍ତ୍ରରେ ଅର୍ଥ ଲଗାଣ କାରୀଙ୍କ ହାତରେ କ୍ରୀଡନକ ସାଜି ଏହି ଅଭିନେତା ଅଭିନେତ୍ରୀ ମାନେ ଦେଶ ଓ ଧର୍ମ ବିରୋଧରେ ଯିବାର ଅଭିଯୋଗ ରହିଛି । ପୂର୍ବରୁ ଅମିର ଖାନଙ୍କ ଫିଲ୍ମ ପିକେ ରେ ମଧ୍ୟ ହିନ୍ଦୁଧର୍ମ ପ୍ରତି ବିଦୃପତା କୁ ନେଇ ବିବାଦ ଦେଖାଦେଇଥିଲା । ନିକଟରେ ଆଉ ଏକ ଓ୍ବେବ ସିରିଜ ଅସୁରରେ ମଧ୍ୟ ଏପରି କିଛି ହିନ୍ଦୁ ଭାବନା ବିରୋଧୀ ବିଚାର ଥିବାର ଅଭିଯୋଗ କରାଯାଇଛି।