ତାଙ୍କ ସ୍ବପ୍ନର ଘରେ ଏବେ ନିର୍ମାଣ କାମ ଚାଲିଥିବା ବେଳେ, ସବୁ ବିଗାଡି ଦେଇଛି ତାଉତେ । ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ପବନ, ଦୁହିଁଙ୍କ ଘରର ଅବସ୍ଥା ବେହାଲ କରି ପକାଇଛି ।
ପ୍ରକାଶ ଥାଉକି, ଗତ କିଛିଦିନ ଧରି ବଲିଉଡ ଅଭିନେତା ରଣବିର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ରିଲେସନସିପକୁ ନେଇ ଚର୍ଚ୍ଚା ଯୋର ଧରିଛି । ଦୁହେଁ ଦୁହିଁଙ୍କୁ ଡେଟ କରୁଥିବା କଥା ମଧ୍ୟ କୁହାଯାଉଛି । କେବଳ ଏତିକି ନୁହେଁ , ହୁଏତ ଦୁହେଁ ଖୁବ୍ ଶୀଘ୍ର ବିବାହ କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି । ତେବେ ବିବାହ ପୂର୍ବରୁ, ଦୁହେଁ ନିଜର ସ୍ବପ୍ନର ଘର ତୋଳୁଥିଲେ । ହେଲେ ଗତ ସୋମବାର ଦିନ ତାଣ୍ଡବ ରଚିଥିବା ତାଉତେ ତାଙ୍କ ଘରର ଭିତର ଏବଂ ବାହାର ପାର୍ଶ୍ବର ଅନେକ କ୍ଷୟକ୍ଷତି ଘଟାଇଛି ।