ଅର୍ଗସ ବ୍ୟୁରୋ: ତେଲୁଗୁ ସୁପରଷ୍ଟାର ନିତିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୀର୍ଘ ସମୟର ପ୍ରେମିକାକୁ ନିଜର ଜୀବନ ସାଥୀ ରୂପରେ ସ୍ବିକାର କରିଛନ୍ତି। ଲକଡାଉନ୍ ସମୟରେ ସେ ତାଙ୍କର ପ୍ରେମିକା ଶାଲିନୀ କଣ୍ଡୁକୁରିଙ୍କୁ ବିବାହ କରିଛନ୍ତି । କରୋନା ମହାମାରୀ ମଧ୍ୟରେ ସମସ୍ତ ଗାଇଡଲାଇନକୁ ପାଳନ କରି ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅନେକ ଦିନରୁ ଯେଉଁ ଚର୍ଚ୍ଚା ଯୋର ଧରିଥିଲା ତାହା ସତ ହୋଇଛି । ଶେଷରେ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡକୁ ବିବାହ କରିଛନ୍ତି ନିତିନ । ତେବେ ସୋସିଆଲ ମିଡିଆରେ ନିତିନଙ୍କୁ ଶୁଭେଚ୍ଛାର ଶୁଅ ଛୁଟୁଛି ।
ସୂଚନାନୁସାରେ, କିଛି ଦିନ ତଳେ ଏହି ଦୁଇଜଣଙ୍କ ନିର୍ବନ୍ଧକୁ ନେଇ ଖୁବ୍ ଆଲୋଚନା ହୋଇଥିଲା । ଅଭିନେତା ନିତିନ ନିଜେ ମଧ୍ୟ ତାଙ୍କ ସୋସିଆଲ ଆକାଉଣ୍ଟରେ ଫଟୋ ସେୟାର କରିଥିଲେ। ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପରିବାର ସଦସ୍ୟଙ୍କ ମଧ୍ୟରେ ଏକ ବ୍ୟକ୍ତିଗତ ସମାରୋହରେ ନିତିନ ଏବଂ ଶାଲିନୀଙ୍କର ବିବାହ ସରିଛି। ଏବେ ସୋସିଆଲ ମିଡିଆରେ ଏହି ଦୁଇଜଣଙ୍କର ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି।