ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଏହି ରେଡ କାର୍ପେଟ୍ ର କିଛି ରୁଲ୍ ବିଷୟରେ....
ଚର୍ଚ୍ଚିତ ରେଡ କାର୍ପେଟ୍ । ଯେଉଁଠି ଚାଲିବା ସେଲିବ୍ରିଟିମାନଙ୍କ ପାଇଁ ଏକ ଡ୍ରିମ୍ । ଯାହା ଉପରେ ମହଙ୍ଗା ଡ୍ରେସ, ଗହଣା ପିନ୍ଧି ସେଲିବ୍ରିଟିମାନେ ଦିନ ସାରା ୱାକ୍ କରନ୍ତି । ପୋଜ୍ ଦିଅନ୍ତି...ତାଙ୍କ ପାଦରୁ ମୁଣ୍ଡ ଯାଏ ସବୁକିଛି ସମସ୍ତଙ୍କ ନୋଟିସ୍ ରେ ଥାଏ । ରେଡ କାର୍ପେଟକୁ ଏଣ୍ଟ୍ରିରୁ ଏକ୍ସିଟ୍ ପର୍ଯ୍ୟନ୍ତ କ୍ୟାମେରା ଲେନ୍ସରେ ସବୁକିଛି କଏଦ ହୁଏ ।
ଏହି ରେଡ କାର୍ପେଟ୍ ର ଲମ୍ବ ଥାଏ 2 କି.ମି ।
ସବୁବେଳେ ଯେମିତି ଏହା ସଫା ସୁତୁରା ଦେଖାଯିବ ସେଥିପାଇଁ ଏହାକୁ ଦିନକୁ 3 ଥର ବଦଳା ଯାଇଥାଏ ।
ନିୟମ ମୁତାବକ ରେଡ କାରପେଟରେ ଚାଲୁଥିବା
ସେଲିବ୍ରିଟିମାନଙ୍କୁ ହିଲ୍ ପିନ୍ଧିବା ବାଧ୍ୟତାମୂଳକ ।
ଏହି ନିୟମ 2015 ରେ ତିଆରି ହୋଇଥିଲା ।
ଯଦି କୌଣସି ସେଲିବ୍ରିଟି ଏହି ଫକସନକୁ ବିନା ହିଲ୍ ରେ ଆସିଥାନ୍ତି ତେବେ ତାଙ୍କୁ ଏଥିରେ ସାମିଲ ହେବାକୁ ଦିଆଯାଏ ନାହିଁ ।
ଏଠାକୁ ଯିବାକୁ ହେଲେ କିଛି ନିର୍ଦ୍ଧାରିତ ଡ୍ରେସ କୋଡ୍ ନଥାଏ । କିନ୍ତୁ ସମସ୍ତଙ୍କୁ ଗ୍ଲାମରିୟସ ଦେଖାଯିବା ନିହାତି ଆବଶ୍ୟକ ।
ଆଉ ରେଡ କାର୍ପେଟରେ ହ୍ୟାଣ୍ଡ ବ୍ୟାଗ ନେବା ନିଷେଧ ।
ଏଠାକୁ ଆସୁଥିବା ସେଲିବ୍ରିଟି ହାତରେ କ୍ଲଚ୍ ବା ଅନ୍ୟ କୌଣସି ବ୍ୟାଗ୍ ଧରିପାରିବେ ନାହିଁ ।
ରେଡ କାର୍ପେଟର ରୁଲ୍ ବୁକ୍ ରେ ଏହା ଲେଖାଯାଇଛି ଯେ
ଦୟାକରି ଆପଣ ନିଜର ହ୍ୟାଣ୍ଡ ବ୍ୟାଗ୍ ହୋଟେଲରେ ରଖି ଆସନ୍ତୁ ।
ରେଡ କାର୍ପେଟ୍ ରେ ଫଟୋ ନେବା ପାଇଁ ଶକ୍ତ ମନା ।
କେବଳ ପାପାରାଜି ବା ମିଡିଆ ହିଁ ସେମାନଙ୍କର ଫଟୋ ନେବାର ନିୟମ ରହିଛି ।
ଗଣମାଧ୍ୟମ ପାଇଁ ରହିଛି ଡ୍ରେସ୍ କୋଡ୍ ।
ସେମାନେ କେବଳ କଳା ରଙ୍ଗର ସୁଟ୍ ପିନ୍ଧି ଆସିପାରିବେ ।
ଯଦି କୌଣସି ବ୍ୟକ୍ତି ନିୟମ ମାନନ୍ତି ନାହିଁ ତେବେ ତାଙ୍କୁ
ଏଠାରେ ଫଟୋ ଉଠାଇବାକୁ ଅନୁମତି ମିଳେ ନାହିଁ ।
ଆହୁରି ପଢନ୍ତୁ ମନୋରଞ୍ଜନ ଖବର...