ବଲିଉଡ କୁଇନ କଙ୍ଗନା ରାନାଓ୍ବତ। ତାଙ୍କୁ କିଏ ବା ନ ଜାଣେ। ସବୁବେଳେ କିଛି ନା କିଛି ବିବାଦୀୟ ଟୁଇଟ କରି ଚର୍ଚ୍ଚାରେ ରହିଥାନ୍ତି। ଏବେ ଫିଲ୍ମ ପାଇଁ ସମ୍ପତ୍ତିକୁ ବାଜି ଲଗାଇ ଦେଇଛନ୍ତି। ଏଇ କାମ କରିବା ପାଇଁ ଜିଗର ଥିବା ଦରକାର। ଯାହା ସମସ୍ତେ କରିପାରିବେନି। ଏହାକୁ କେବଳ କଙ୍ଗନା ହିଁ କରିପାରିବେ। ଫିଲ୍ମ `ଏମରଜେନ୍ସି’ ପାଇଁ ସେ ବହୁତ ବ୍ୟସ୍ତ ।
ନିକଟରେ ଫିଲ୍ମ ସେଟରେ ଥାଇ କିଛି ଫଟୋ ସେ ଶେୟାର କରିଥିଲେ। ଯାହାକୁ ନେଇ କଙ୍ଗନା ଏକ ବଡ଼ ଖୁଲାସା କରିଛନ୍ତି। ସୁଟିଂ ସେଟରୁ କିଛି ଫଟୋ ଶେୟାର କରି ଫ୍ୟାନ ମାନଙ୍କୁ ଜଣାଇଛନ୍ତି ଯେ, କଙ୍ଗନା ଫିଲ୍ମ ପାଇଁ ନିଜ ସବୁ ପ୍ରପର୍ଟି ବନ୍ଧା ପକାଇଛନ୍ତି। କାମ ପାଇଁ ସେ ସବୁ ଭୂଲିଯାଇଛନ୍ତି। କଙ୍ଗନା ଏହି ଫିଲ୍ମ କରିବାବଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡେଙ୍ଗୁ ହୋଇଯାଇଥିଲା। ସେ ଏଥିରେ କିଛି ଦିନ ପାଇଁ ରେଷ୍ଟ ନେଇଥିଲେ। ଏହାପରେ ଫିଲ୍ମର ସୁଟିଂକୁ ରୋକିବାକୁ ପଡ଼ିଥିଲା। ଏଥିରେ କଙ୍ଗନା ଧୈର୍ଯ୍ୟର ସହ କାମ କରିଥିଲେ। ନିଷ୍ପତ୍ତି ନେଇଥିଲେ ଯେ, ଯାହା ହେଇଯାଉ ଫିଲ୍ମଟି ମୋତା ସାରିବାକୁ ପଡ଼ିବ।
ଏବେ ଏହି ଏମରଜେନ୍ସି ଫିଲ୍ମରେ ଥିବା ଲିଡ ରୋଲର ସବୁ ସୁଟିଂ ସରିଯାଇଛି। ଏଥିପାଇଁ କଙ୍ଗନା ସବୁ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଙ୍ଗନା କହିଲେ ଏହି ଫିଲ୍ମ ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଛି ମୋତେ। ଫିଲ୍ମକୁ ଦେଖିଲେ ଆପଣମାନେ କେବେ ଫିଲ କରିପାରିବେନି କିନ୍ତୁ ଏହି କଷ୍ଟପଥର ଯାତ୍ରା ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହେଁନି। କାରଣ ଲୋକେ ବିଶ୍ବାସ କମ କରନ୍ତି ମଜାକ ଅଧିକା ଉଡ଼ାଇଥାନ୍ତି। କିନ୍ତୁ ଏହି ଫିଲ୍ମ ମୋତେ ପୁନର୍ଜନ୍ମ ଦେଇଛି।
କଙ୍ଗନା ଏହି ଫିଲ୍ମ କରିବାକୁ ୨୦୨୧ମସିହରେ ଘୋଷଣା କରିଥିଲେ। ଫିଲ୍ମର କାହାଣୀ ରିତେଶ ଶାହା ଲେଖିଛନ୍ତି। ଫିଲ୍ମର ଡାଇରେକ୍ସନ ଦେଉଛନ୍ତି ନିଜେ କଙ୍ଗନା। କଙ୍ଗନାଙ୍କ ମୁଖ୍ୟ ଭୂମିକାରେ ଥିବାବେଳେ ଅନୁପମ ଖେର, ମିଲିନ୍ଦ ସୁମନ, ମହିମା ଚୌଧୁରୀ, ସତୀଶ କୌଶିକ ଏବଂ ଶ୍ରେୟସ ତଲପଡ଼େ ପ୍ରମୁଖ ଭୂମିକାରେ ନଜର ଆସିବେ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।