ଏହି ମୁଭିରେ ବରୁନଙ୍କ ବିପକ୍ଷରେ ନାୟିକା ଅଛନ୍ତି କିର୍ତ୍ତୀ ଶାନନ । ତାଙ୍କର ପ୍ରଥମ ଗୀତ , ‘ଠୁମକେଶ୍ବରୀ’ ଗତ ଶୁକ୍ରବାର ଦିନ ରିଲିଜ ହୋଇଛି । ଯାହାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଏହି ଫିଲ୍ମରେ କିର୍ତ୍ତୀଙ୍କ ବ୍ୟତୀତ ଏକ ସ୍ବତନ୍ତ୍ର ଭୂମିକା ‘ସ୍ତ୍ରୀ’ ରେ ନଜର ଆସିବେ ଶ୍ରଦ୍ଧା କପ୍ପୁର । ଏହି ମୁଭି ଏକ ହରୋର କମେଡି ମୁଭି । ନଭେମ୍ବର ୨୫ ରେ ଏହି ମୁଭି ରିଲିଜ ହେବାକୁ ଯାଉଛି । ଏହାର ସମସ୍ତ ସୁଟ ଅରୁଣାଚଳ ପ୍ରଦେଶରେ ସରିଛି । କିଛିଦିନ ତଳେ ଏହି ମୁଭିର ଟ୍ରେଲର ଅଫିସିଆଲି ରିଲିଜ ହୋଇଥିଲା । ଯାହାକୁ ନେଇ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଫିଲ୍ମର ଟ୍ରେଲରକୁ ଦର୍ଶକଙ୍କ ତରଫରୁ ବେଶ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ମୁଭିକୁ ମଧ୍ୟ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ବରୁନ ଧାୱନ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।