ଚାର୍ଜସିଟ୍ ଫାଇଲ୍ କରିବାରେ ଭିଜିଲାନ୍ସ ଫେଲ୍ ..
ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରାଙ୍କ ଅପ୍କମିଙ୍ଗ୍ ଫିଲ୍ମ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ ର ଟିଜର ରିଲିଜ୍ ହୋଇ ଯାଇଛି । ଫିଲ୍ମର ସୁଟିଂ ଗତବର୍ଷ ପୂରା ହୋଇ ସାରିଥିଲା । ପ୍ରଶଂସକମାନେ ମଧ୍ୟ ଅନେକ୍ ଦିନ ଧରି ଏହାକୁ ଅପେକ୍ଷା କରି ଚାହିଁ ବସିଥିଲେ । ଆଉ ଏବେ ଏହାର ଟିଜର ରିଲିଜ୍ ହେବା ସହିତ , ଫିଲ୍ମ ରିଲିଜର ଡେଟ୍ ମଧ୍ୟ ସାମ୍ନାକୁ ଆସିଛି । ଏହି ଫିଲ୍ମର ଟିଜରକୁ ଦେଖି ରୋମ ଟାଙ୍କୁରି ଉଠୁଥିବା ବେଳେ, ଏଥିରେ ପରିନୀତି ଚୋପ୍ରାଙ୍କ ଲୁକ୍ ମଧ୍ୟ ବେଶ ଭୟାନକ୍ ରହିଥିବା ନଜର ଆସୁଛି ।
ଫିଲ୍ମଟି ଫେବୃୟାରୀ ୨୬ ରେ ରିଲିଜ୍ ହେବାକୁ ଯାଉଛି ଏବଂ ଏହି ଫିଲ୍ମ ସିଧାସଳଖ ନେଟଫ୍ଲିକ୍ସରେ ରିଲିଜ୍ କରିବ । ପରିନୀତି ଚୋପ୍ରାଙ୍କ ବ୍ୟତୀତ ଏହି ଫିଲ୍ମରେ ଆଦିତି ରାଓ,କୃତି କୁହ୍ଲାରୀ,ଅବିନାଶ ତିୱାରୀ ମଧ୍ୟ ନଜର ଆସିବାକୁ ଯାଉଛନ୍ତି ।