କିଆରା ଏବଂ ସିଦ୍ଧାର୍ଥଙ୍କୁ ନେଇ କିଛି ଦିନ ହେଲା ବହୁ ତଥ୍ୟ ସାମ୍ନାକୁ ଆସିଛି। ଇ-ଟାଇମ୍ସ ସୂତ୍ରରୁ ଜଣାପଡ଼ିଛି ଯେ, ଏଥିରେ ଉଭୟଙ୍କର କିଛି କ୍ଲୋଜ ଫ୍ରେଣ୍ଡ ଯୋଗଦେବେ। ଏହି ବିବାହରେ ମଧ୍ୟ ଫୋନ ଭିତରକୁ ନେବାର ଅନୁମତି ମିଳିନି। ଇତିମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ସିଦ୍ଧାର୍ଥ-କିଆରାଙ୍କ ବିବାହରେ ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରି ସେଲିବ୍ରିଟିମାନେ ସାମିଲ ହେବେ। ଷ୍ଟାର ଯୋଡି ତାଙ୍କ ବିବାହରେ କିଛି ମନୋନୀତ ଅତିଥିଙ୍କୁ ନିମନ୍ତ୍ରଣ କରୁଛନ୍ତି। କାରଣ ବିବାହକୁ ସେମାନେ ସିକ୍ରେଟ ରଖିବାକୁ ଚାହୁଁଛନ୍ତି। ଉଭୟ ସୋସିଆଲ ମିଡିଆରେ କୌଣସି ଫଟୋ ପୋଷ୍ଟ ନ କରିବାକୁ ଅନୁରୋଧ କରିଛନ୍ତି। ଖବର ଅନୁଯାୟୀ ତାଙ୍କ ପରିବାର ବ୍ୟତୀତ ଇଣ୍ଡଷ୍ଟି୍ର ଅନେକ ଜଣାଶୁଣା ଅଭିନେତା ଅଭିନେତ୍ରୀ ଏହି ବିବାହରେ ଯୋଗ ଦେବେ। କିଆରାଙ୍କ ଆରସି ୧୫ର କୋ-ଷ୍ଟାର ରାମଚରଣ, କବୀର ସିଂ ସହତାରକା ଶାହିଦ କପୁର ଏବଂ ତାଙ୍କ ସ୍ତ୍ରୀ ମୀରା କପୁର ଯୋଗଦେବେ। ସେହିପରି କିଛି ଫିଲ୍ମ ଡାଇରେକ୍ଟର ମଧ୍ୟ ସାମିଲ ହେବେ। ଏହାବ୍ୟତୀତ ବରୁଣ ଧାଓ୍ବନ, ବିକି କୌଶଳ, କ୍ୟାଟ୍ରିନା କୈଫ, ଜାକି ଭଗ୍ନାନି ଏବଂ ରକୁଲପ୍ରିତ ମୋଷ୍ଟ କ୍ଲୋଜ ଫ୍ରେଣ୍ଡ ଭାବେ ଯୋଗଦେବେ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।