ଅର୍ଗସ ବ୍ୟୁରୋ : ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକଡାଉନ କଟକଣା ଲାଗୁ କରାଯାଇଛି। ଏଥିପାଇଁ ବହୁ ଟିଭି ଶୋର ସୁଟିଂ ବନ୍ଦ ଥିଲା। ଏବେ ଧୀରେ ଧୀରେ ଟିଭି ଶୋର ସୁଟିଂ ଆରମ୍ଭ ହୋଇ ଗଲାଣି। କିଛି ଶୋର ନୂଆ ଏପିସୋଡ ଟେଲିକାଷ୍ଟ ହେବାକୁ ଲାଗିଲାଣି। ଏହି ମଧ୍ୟରେ କପିଲ ଶର୍ମାଙ୍କ ଶୋର ଶୁଟିଂ ଆରମ୍ଭ ହୋଇ ଯାଇଛି। କପିଲ ଶର୍ମା ଏବଂ ଭାରତୀ ସିଂହ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଭାରତୀ ସିଂହ ଏବଂ ସୁମୋନା ଚକ୍ରବର୍ତ୍ତୀ ସେଫ୍ଟି ପ୍ରିକସନ ନେଉଥିବା ଦେଖିବାକୁ ମିଳିଛି।
ପ୍ରାୟ 125 ଦିନ ପରେ କପିଲ ଶର୍ମାଙ୍କ ଶୋ ସୁଟିଂ ଆରମ୍ଭ ହୋଇଛି। ଲକଡାଉନ ସମୟରେ କପିଲ ତାଙ୍କ ପରିବାର ସହ ସମୟ ଅତିବାହିତ କରୁଥିଲେ। ଏପରିକି କିଛି ସମୟ ପୂର୍ବରୁ କପିଲ କହିଥିଲେ ଯେ, ଏହି ସମୟ ତାଙ୍କ ପାଇଁ କୌଣସି ଆଶୀର୍ବାଦ ଠାରୁ କମ୍ ନୁହେଁ। କାରଣ ଏହି ସମୟରେ ତାଙ୍କୁ ତାଙ୍କ ପରିବାର ସହ ମୂଲ୍ୟବାନ୍ ମୁହୂର୍ତ୍ତ ଅତିବାହିତ କରିବାକୁ ସମୟ ମିଳିଛି। ଏହା ସହ ତାଙ୍କୁ ତାଙ୍କ ଝିଅ ଅନାୟରାଙ୍କ ସହ ଖେଳିବାକୁ ସୁଯୋଗ ମିଳିଛି। ସେହିପରି ଭାରତୀ ମଧ୍ୟ ତାଙ୍କ ପତି ହର୍ଷଙ୍କ ସହ ସମୟ ବିତାଇଛନ୍ତି।