ସିଆରପି ଛକ ମର୍ଡର ଘଟଣା, ମୃତ ବ୍ୟକ୍ତିଙ୍କ ମାଆଙ୍କ ପ୍ରତିକ୍ରିୟା...
ନୂଆଦିଲ୍ଲୀ : ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ସବୁବେଳେ ଦର୍ଶକଙ୍କ ମନୋରଞ୍ଜନ କରି ଆସିଛି । ଛୋଟ ପରଦା ଠାରୁ ଆରମ୍ଭ କରି ବଡ ପରଦା ଯାଏଁ , ଅନେକ୍ ଅତିଥି ଏହି ଶୋ’କୁ ଆସନ୍ତି । ଦର୍ଶକ ମଧ୍ୟ ଏହି କମେଡି ଶୋ’କୁ ବେଶ ଭଲପାଇବା ଦେଇଛନ୍ତି । ଲକ୍ଡାଉନ୍ ପରେପରେ ପୁଣି ଥରେ ଏହି ଶୋ’ ଆରମ୍ଭ ହୋଇ ଦର୍ଶକଙ୍କ ମନୋରଞ୍ଜନ କରୁଥିଲା । କିନ୍ତୁ ଏବେ ଦର୍ଶକଙ୍କ ପାଇଁ ଏହି ଶୋ’ ନେଇ ଆସିଛି ଏକ ଖରାପ୍ ଖବର । ଏହି ଶୋ’ର ଏହି ସିଜିନ୍ ଏବେ ଶେଷ ହେବାକୁ ଯାଉଛି ।
ଖବର ଅନୁଯାୟୀ, ଏବେ ବନ୍ଦ ହେବାକୁ ଯାଉଛି ‘ଦ କପିଲ ଶର୍ମା ଶୋ’ର ଏହି ସିଜିନ୍ । ହେଲେ କିଛି ଦିନ ପାଇଁ । ଏହି ସିଜିନ୍ ଶେଷ ହେବା ପରେ ଏହାର ଦ୍ୱିତୀୟ ସିଜିନ୍ ମଧ୍ୟ ସାମ୍ନାକୁ ଆସିବ । ଏହି ଶୋ’କୁ ନେଇ ଏକ ସରକାରୀ ଘୋଷଣା ମଧ୍ୟ ଖୁବ୍ ଶୀଘ୍ର କରାଯାଇପାରେ । ତେବେ ଏବେ ଏହି ଶୋ’ର ନୂଆ ଏପିସୋଡ ଦେଖିବା ପାଇଁ ଦର୍ଶକଙ୍କୁ ଅପେକ୍ଷା କରିବାକୁ ପଡିବ ।