ଦଲଜୀତ ଇନଷ୍ଟାଗ୍ରାମରେ ନିକ୍ଙ୍କ ସହ ଫଟୋ ଶେୟାର କରି ଲେଖିଛନ୍ତି, ଭାଗ୍ୟ ଆମ ଦୁହିଁଙ୍କୁ ଏକାଠି କରିଛି। ମୁଁ ଏଥିପାଇଁ ବହୁତ ଖୁସି। ସବୁବେଳେ ଏକାଠି ରହିବାର ଯାତ୍ରା ଏବେଠୁ ଆରମ୍ଭ ହେଉଛି। ନୂଆ ଲାଇଫ୍, ନୂଆ ଦେଶ, ନୂଆ ଆରମ୍ଭ ବୋଲି କହିଲେ।
ନିକ୍ଙ୍କ ବିଷୟରେ ଦଲଜିତ କହିଛନ୍ତି, ନିକ୍ ହେଉଛନ୍ତି ଜଣେ ବ୍ୟବସାୟୀ। ସେ କେନିଆରେ ରହୁନ୍ତି। ତାଙ୍କର ଦୁଇ ଝିଅ ଅଛନ୍ତି। ଯାହାଙ୍କୁ ସେ ବହୁତ ଭଲ ପାଆନ୍ତି। ଦଲଜିତ ୨୦୦୯ରେ ଅଭିନେତା ଶାଲୀନ ଭନୋଟଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ସବୁକିଛି ଠିକ ଚାଲିଥିଲା। କିନ୍ତୁ ପରେ ଦୁହିଁଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଦଲଜିତ ଶାଲୀନଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ୨୦୧୫ରେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେଇଥିଲେ।