ଅର୍ଥନୀତି ଉପରେ ବି କରୋନା ପ୍ରଭାବ ପକାଇଥିଲା। ସେତେବେଳେ କରୋନା ଟୀକା ତିଆରି କରି ଭାରତ କିପରି ଏହି ଯୁଦ୍ଧରେ ବିଜୟ ଲାଭ କରିଥିଲା। ତାହାହିଁ ହେଉଛି ଏହି ଫିଲ୍ମର କାହାଣୀ। ଆଉ ପୁରା ଦେଶକୁ ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ମୋଦି ବିଶେଷ ପଦକ୍ଷେପ ନେଇଥିଲେ। ଆଉ କୋଭିଡ ଟିକା ତୁରନ୍ତ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତିନିଜଣ ବୈଜ୍ଞାନିକଙ୍କ ସଫଳତା ଯୋଗୁ କରୋନା ଭାକ୍ସିନ ଜନ୍ମ ନେଇଥିଲା। ଆଉ ଏହି ତିନି ବେୈଜ୍ଞାନିକଙ୍କ କାହାଣୀ ମାଧ୍ୟମରେ ଏହା ଦେଖେଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ।
ଦ ଭାକ୍ସିନ ୱାର୍ ଦେଶର ପ୍ରଥମ ବାୟୋ ସାଇନ୍ସ ମୁଭି ବୋଲି କୁହାଯାଉଛି। ତେବେ ସିନେମାକୁ ଆରମ୍ଭରୁ ମିଶ୍ର ପ୍ରତିକ୍ରିୟା ମିଳିଛି। ବକ୍ସ ଅଫିସରେ ସେତେଟା କଲେକ୍ସନ କରି ନ ଥିବାବେଳେ ଏହି ଫିଲ୍ମ ତା'ର ସଂଘର୍ଷ ବଜାୟ ରଖିଛି। ଗତ ୨୮ ତାରିଖରେ ରିଲିଜ୍ ହୋଇଥିବା ଉକ୍ତ ମୁଭି ଫୁକରେ ୩ ସହିତ ଏକ ସାଙ୍ଗରେ ରିଲିଜ ହୋଇଛି। ତେବେ ୩ ଦିନରେ ଏହି ସିନେମା ବକ୍ସ ଅଫିସରେ ପ୍ରାୟ ୩.୨୫ କୋଟି ଟଙ୍କା ଉପାର୍ଜନ କରିଛି। ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଏହି ଫିଲ୍ମ ପରଦାକୁ ଆସିଛି। ଭାରତରେ କୋଭାକ୍ସିନ ଟିକାର କାହାଣୀ ଏଥିରେ କୁହାଯାଇଛି। ଏଥିସହିତ ଭାରତର ପ୍ରଥମ କୋଭିଡ-୧୯ ଟିକା ବିକାଶରେ ଭାରତୀୟ ବୈଜ୍ଞାନିକଙ୍କ ସମୁଦାୟର ତ୍ୟାଗ ଏବଂ ସଫଳତାକୁ ଦର୍ଶାଯାଇଛି।
ଏହି ଫିଲ୍ମକୁ ଯିଏ ଦେଖିବ ସିଏ ଇମୋସନାଲ ହୋଇଯିବ। ଆଉ ଗର୍ବରେ ତୁମ ଛାତି ଫୁଲି ଉଠିବ ଏବଂ ଶେଷରେ ତୁମେ ନିଶ୍ଚିତ ଅନୁଭବ କରିବ ଯେ ଅନ୍ଧକାର ବିଦାୟ ନେଇ ନୂତନ ସୂର୍ଯ୍ୟ ତୁମକୁ ସ୍ବାଗତ କରୁଛି। ବଡ଼ ବଜେଟରେ ଫିଲ୍ମ ହୋଇ ନ ଥିଲେ ବି ଫିଲ୍ମର ଷ୍ଟୋରୀଲାଇନ ଦମଦାର ରହିଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର