ଟିଜର ବାହାରକୁ ଆସିବା ପରେ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ଅନ୍ୟପକ୍ଷରେ ସଲମାନ ରିତେଶ ଦେଶମୁଖଙ୍କୁ ତାଙ୍କ କ୍ୟାରିୟରର ନୂଆ ଇନିଂସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଫିଲ୍ମର ଟିଜର ମଧ୍ୟ ଜେନେଲିଆ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହା ଉପରେ ନିଜର ଖୁସି ବ୍ୟକ୍ତ କରି ସେ ମରାଠୀରେ ଲେଖିଥିଲେ, ‘ମୁଁ ମହାରାଷ୍ଟ୍ରରେ ଜନ୍ମ ନେଇଥିଲି । ଅଭିନୟ ଆରମ୍ଭ କରିବା ପରେ ହିନ୍ଦୀ, ତାମିଲ, ତେଲୁଗୁ ସମେତ ବିଭିନ୍ନ ଭାଷାରେ କାମ କଲି । ମୁଁ ମୋର ମରାଠୀ ଚଳଚ୍ଚିତ୍ର ସହିତ ଡେବ୍ୟୁ କରୁଛି, ଯାହା ରିତେଶଙ୍କ ଦ୍ୱାରା ନିର୍ଦ୍ଦେଶିତ ।
ଭେଡ୍ ଉଭୟଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ମରାଠୀ ଚଳଚ୍ଚିତ୍ରରେ ରିତେଶ ନିର୍ଦ୍ଦେଶନା ଜଗତରେ ପ୍ରବେଶ କରୁଥିବାବେଳେ ଜେନେଲିଆ ପ୍ରଥମ ଥର ପାଇଁ ଏକ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିବେ। ୧୦ ବର୍ଷ ପରେ ଦୁହେଁ ଏକାଠି ବଡ ପରଦାରେ ନଜର ଆସିବେ। ଯାହା ଡିସେମ୍ବର ୩୦ରେ ରିଲିଜ୍ ହେବ।