ଫିଲ୍ମରେ ଶ୍ରଦ୍ଧାଙ୍କ ଲୁକ୍ସ ପୁରା ଡିଫରେଣ୍ଟ। ବିକନୀରେ ଶ୍ରଦ୍ଧା ଏକଦମ କମଫର୍ଟେବଲ ଏବଂ କ୍ଲାସୀ ଲାଗୁଛନ୍ତି। ଷ୍ଟୋରୀ ଲାଇନ ସମସ୍ତଙ୍କୁ ଭଲ ଲାଗିବ ଫିଲ୍ମ ନିର୍ମାତା ଆଶା ରଖିଛନ୍ତି। ଆଜିକାଲିକା ମଡର୍ଣ୍ଣ ଲଭ ଆଫେୟାର ଏବଂ ବ୍ରେକଅପକୁ ନଇ କାହାଣୀ ଆଧାରିତ। ଫିଲ୍ମଟି ଆସନ୍ତା ହୋଲିରେ ରିଲିଜ ହେବ ବୋଲି କୁହାଯାଇଛି। ମାର୍ଚ୍ଚ ୮ରେ ଥିଏଟରରେ ରିଲିଜ ହେବ। ଫିଲ୍ମରେ ରଣବୀରଙ୍କ ଚରିତ୍ର ଦର୍ଶକଙ୍କୁ ବେଶ ଭଲ ଲାଗିବ। ଚକୋଲେଟ ହିରୋ କହିଲେ ରଣବୀରଙ୍କୁ ବୁଝାଇଥାଏ। କିନ୍ତୁ ଏହି ଫିଲ୍ମ ପରେ ରଣବୀର ଆଉ ରୋମାଣ୍ଟିକ ମୁଭି କରିବେ ନାହିଁ ବୋଲି କହିଛନ୍ତି।
ତୁ ଝୁଠି ମେଁ ମକାରରେ ରଣବୀର ଶ୍ରଦ୍ଧାଙ୍କ ବ୍ୟତୀତ ଡିମ୍ପଲ କପାଡ଼ିଆ, ବୋନି କପୁର ଏବଂ ଆୟଶା ରାଜା ମିଶ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାବ୍ୟତୀତ ଷ୍ଟାଣ୍ଡ ଅଫ କମେଡିଆନ ଅନୁଭବ ସିଂ ବସି ମଧ୍ୟ ଚଳଚ୍ଚିତ୍ରରେ ନଜର ଆସିବେ। ବସିଙ୍କ କମେଡି ମଧ୍ୟ ଲୋକଙ୍କୁ ଖୁବ ହସେଇବ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।