ଛୋଟ ପରଦାର ଫେମଶ ଅଭିନେତ୍ରୀ ନାଁ ଯଦି କୁହାଯାଏ। ସେମାନଙ୍କ ମଧ୍ୟରେ ଉର୍ବଶୀ ଅନ୍ୟତମ। ଟେଲି ସିରିୟଲରେ ନେଗେଟିଭ ଚରିତ୍ର କରି ସେ ବେଶ୍ ଚର୍ଚ୍ଚିତ। ଖାସ କରି `କସୌଟି ଜିନ୍ଦେଗୀ କି’ ସିରିୟଲରେ କୋମଲିକା ଚରିତ୍ର କରି ସେ ଲୋକଙ୍କ ହୃଦୟ କିଣିନେଇଥିଲେ। ସୂଚନାଯୋଗ୍ୟ ଉର୍ବଶୀ ଢୋଲକିଆ ସୁପରଷ୍ଟାର ସଲମାନ ଖାନଙ୍କ ଶୋ `ବିଗ୍ବସ୍ ୬’ର ଓ୍ବିନର ହୋଇଥିଲେ।
ଦୁର୍ଘଟଣାର ଶିକାର ହେଲେ ଟେଲି ଅଭିନେତ୍ରୀ

ଅର୍ଗସ ବ୍ୟୁରୋ: ଟେଲି ଅଭିନେତ୍ରୀ ଉର୍ବଶୀ ଢୋଲକିଆ ମୁମ୍ବାଇରେ ଏକ କାର୍ ଦୁର୍ଘଟଣାର ଶିକାର ହୋଇଛନ୍ତି। ଉର୍ବଶୀ ଶନିବାର ଦିନ କାର ନେଇ ସୁଟିଂ ସେଟ୍କୁ ଯାଉଥିବାବେଳେ ଏକ ସ୍କୁଲ ବସ୍ ତାଙ୍କ କାର୍ ପଛପଟକୁ ଧକ୍କା ଦେଇଥିଲା। ଏକ ବଡ଼ ଦୁର୍ଘଟଣାରୁ ଉର୍ବଶୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉର୍ବଶୀଙ୍କ ଏହି ଦୁର୍ଘଟଣାରେ ସେପରି କିଛି ବିଶେଷ କ୍ଷତି ହୋଇନାହିଁ। ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଏକ ସ୍କୁଲ ବସ୍ ହୋଇଥିବାରୁ ବସ୍ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ମନା କରିଦେଇଛନ୍ତି।
Download Argus News App
