ନୂଆଦିଲ୍ଲୀ : ବଲିଉଡ ଆକ୍ଟର ଟାଇଗର ଶ୍ରଫ୍ ତାଙ୍କ ଅଭିନୟ ସହିତ, ତାଙ୍କ ଆକ୍ସନ୍ ସିନ୍କୁ ନେଇ ବେଶ ପରିଚିତ । ଏହାକୁ ନେଇ ସେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହା ବ୍ୟତୀତ ସେ ସିଙ୍ଗିଙ୍ଗ୍ ଦୁନିଆଁରେ ମଧ୍ୟ ନିଜେ ନିଜକୁ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି । ନିକଟରେ ତାଙ୍କର ଆଉ ଏକ ନୂଆ ଗୀତ ୟୂଟ୍ୟୁବ୍ରେ ରିଲିଜ୍ ହୋଇଯାଇଛି । ଯାହାର ନାଁ ରହିଛି ‘Casanova’ । ଏଥିରେ ଟାଇଗର ଦମ୍ଦାର୍ ଡାନ୍ସ କରିଥିବା ନଜର ଆସୁଛନ୍ତି ।
ପ୍ରକାଶ ଥାଉକି, ଗୀତଟି ନିକଟରେ ରିଲିଜ୍ ହୋଇଯାଇଛି । ତାଙ୍କର ଏହି ଗୀତକୁ ଦର୍ଶକ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି । ଲାଇକ୍ ଏବଂ କମେଂଟ୍ ମାଧ୍ୟମରେ ନିଜର ଭଲପାଇବା ସେୟାର କରୁଛନ୍ତି ।
ଟାଇଗର ତାଙ୍କର ଏହି ନୂଆ ଗୀତ’ Casanova’ରେ ନିଜର ଆୱାଜ୍ ଦେଇଛନ୍ତି । ଏହାକୁ Avitesh Shrivastavaଲେଖିଥିବା ବେଳେ, Punit Malhotra କରିଛନ୍ତି । ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ଏବେ ଏକ ଗାୟକ ରୂପରେ ମଧ୍ୟ ନିଜକୁ ପ୍ରମାଣିତ କରିଛନ୍ତି । ତାଙ୍କର ଏହି ଗୀତ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।