ଟ୍ରେଲରରେ ଦେଖିବାକୁ ମିଳୁଛି, ଟମ୍ ଆଣ୍ଡ ଜେରୀ ଭିତରେ ଏକ ଅଜବ ଲଢେଇ ହେବ । ଟମ୍ ଆଣ୍ଡ ଜେରୀ ନାଁର ଅଫିସିଆଲ ଟ୍ୱିଟର ପେଜ୍ ଏହାର ଟ୍ରେଲର୍ ରିଲିଜ୍ କରିବା ସହିତ, କ୍ୟାପସନରେ ଲେଖିଛନ୍ତି ଯେ,ଟମ୍ ଆଣ୍ଡ ଜେରୀ ମୂଷା-ବିଲେଇର ଖେଳ ନେଇ ବଡ ପରଦାରେ ଆସୁଛନ୍ତି । ଟମ୍ ଆଣ୍ଡ ଜେରୀର ନୂଆ ଟ୍ରେଲର ଦେଖନ୍ତୁ । ଏହା ୨୦୨୧ରେ ରିଲିଜ୍ ହେବ ।
ବଡ ପରଦାରେ ଖୁବ୍ ଶୀଘ୍ର ରିଲିଜ୍ ହେବ ଟମ୍ ଆଣ୍ଡ୍ ଜେରୀ

ନୂଆଦିଲ୍ଲୀ : ପ୍ରତି ଛୋଟ ପିଲାଙ୍କ ପସନ୍ଦିତା କାର୍ଟୁନ୍ ଶୋ’ ହେଉଛି ଟମ୍ ଆଣ୍ଡ୍ ଜେରୀ । କେବଳ ଛୋଟ ପିଲା ନୁହଁନ୍ତି ଏହି ଶୋ’କୁ ଯେ କେହିବି ଦେଖନ୍ତୁ ଏହା ଦେଖିବା ପାଇଁ ବେଶ ମଜା ଲାଗିଥାଏ । ହୁଏତ ଏମିତି ଖୁବ୍ କମ୍ ଲୋକ ଥିବେ ଯିଏକି ଏହି ଶୋ’ ଦେଖି ନଥିବେ । ଏବେବି ଏହାକୁ ଦେଖିବାକୁ ଅନେକ ଲୋକ ପସନ୍ଦ କରନ୍ତି । ଏବେ ଟମ୍ ଆଣ୍ଡ ଜେରୀ ସମସ୍ତଙ୍କ ପାଇଁ ଆଉ ଏକ ଖୁସି ଖବର ଆଣିଛି । ଟିଭିରେ ଆସୁଥିବା ଏହି ଆନିମେଟେଡ୍ ଶୋ, ଏବେ ବଡ ପରଦାରେ ଆସିବାକୁ ଯାଉଛି । ହଁ , ଟମ୍ ଆଣ୍ଡ ଜେରୀ ଏବେ ଫିଲ୍ମରେ ଦେଖିବାକୁ ମିଳିବ । ଏହାର ଟ୍ରେଲର ରିଲିଜ୍ ହୋଇଯାଇଛି । ୨୦୨୧ରେ ଏହି ଫିଲ୍ମଟି ରିଲିଜ୍ ହେବ ।
Download Argus News App
