ଅକୁହା କଥା । ମନର ବେଦନାକୁ ଯିଏ ବୁଝି ପାରେ । ସୁଖ ଦୁଃଖର ଚିରସହଚର ପାଲଟେ । ସିଏ ସଙ୍ଗୀତ । ମନ ଖୁସିଥିଲେ ଦି ପଦ ଗୁଣୁଗଣେଇ ଦେଲେ ଖୁସି ବଢି ଯାଏ । ଆଉ ଅବସ ମନରେ ସେହି ସଙ୍ଗୀତ ଯେମିତି ମନ ବୁଝାଇ ନିଏ । କହିଦେଇ ଯାଏ ତୋ ସହ କିଏ ନ ଥିଲେ ବି... ମୁଁ ଅଛି । ଖୋକା ଭାଇର ଗୀତ ସବୁ ଅଛନ୍ତି।
ଜୀବନ ଯୌବନ, ପ୍ରେମ ଆଉ ଯାତନା ଭୋଗୁଥିବା ମଣିଷର ମନକୁ ଛୁଉଁଥିଲା ତାଙ୍କ ଗୀତ। ପୁଣ୍ୟର ନଦୀ ତିରେ ସେ ସାଉଁଟିନ୍ତି ପ୍ରିୟତମାର ସ୍ମୃତି । ଅଳସୀ କନ୍ୟାର ମାନ ଭଞ୍ଜନ ହେଉ କି ସାତ ଦରିଆ ପାରି ରାଜା ଝିଅ। ସମସ୍ତଙ୍କ ସହ ଭାବ ବଢାଇବାରେ ସେ ଥିଲେ ପ୍ରବଳ ପାରଙ୍ଗମ। ଆମ ସମସ୍ତଙ୍କର ପ୍ରିୟ ଖୋକା ଭାଇ ସଙ୍ଗୀତ ସମ୍ରାଟ ଅକ୍ଷୟ ମହାନ୍ତି ।
ତାଙ୍କ ସଙ୍ଗୀତରେ ଏମିତି ନିଆରାପଣ ଥିଲା ଯେ, ସମସ୍ତଙ୍କୁ ମତୁଆଲା କରୁଥିଲା । ମାଈଚିଆ ଗୋଖେଇ ସାହୁର ମାଇପଠୁ ମାଡ ଖିଆ ହେଉ କିମ୍ବା ବାସନ୍ତୀ ରାତିରେ ଚନ୍ଦ୍ରମଲ୍ଲୀର ହସ ସବୁଠି ଖୋଦା ଭାଇ ଦେଖାଇଛନ୍ତି ନିଜର ସ୍ବାତନ୍ତ୍ର୍ୟ । ତାଙ୍କ ଗୀତରେ ଥିଲା ଜୀବନ, କଣ୍ଠରେ ଥିଲା ଦରଦ । ବିଶ୍ୱ ସଙ୍ଗୀତ ଦିବସରେ ତାଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଚଳି ।