ନୂଆଦିଲ୍ଲୀ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କିଲ୍ ଖନ୍ନା ନିଜର ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ବେଶ୍ ଚର୍ଚ୍ଚାରେ ରୁହନ୍ତି । ସେ ସବୁବେଳେ ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ସେ ତାଙ୍କ ପିଲା ମାନଙ୍କ ସହ ବିତାଉଥିବା ସମୟର ଫଟୋ ମଧ୍ୟ ସେୟାର କରନ୍ତି । ତେବେ ନିକଟରେ ଟ୍ୱିଙ୍କିଲ ତାଙ୍କ ଇନ୍ଷ୍ଟାଗ୍ରାମ୍ ପେଜରେ ଏକ ଭିଡଓ ସେୟାର କରିଛନ୍ତି , ଯେଉଁଥିରେ ସେ ଲାପଟପ୍ରେ କାମ କରୁଥିବା ନଜର ଆସୁଛନ୍ତି । ସେହି ସମୟରେ ନିତାରା ତାଙ୍କ ବେଡ୍ ଉପରେ ଡେଉଁଥିବା ନଜର ଆସୁଛି । ଯେଉଁଥିପାଇଁ ଟ୍ୱିଙ୍କିଲଙ୍କୁ କାମ କରିବାରେ ଅସୁବିଧା ହେଉଛି । ଏହି ପୋଷ୍ଟ ସେୟାର କରି ଟ୍ୱିଙ୍କିଲ ତାଙ୍କ ଟେନସନ୍ କଥା ଜଣାଇଛନ୍ତି ।
ସେ ଏହି ଭିଡିଓ ସେୟାର କରି କହିଛନ୍ତି ଯେ, ପିଲାମାନେ ଘରେ ରହିଲେ କାମ କରିବା ବହୁତ୍ ମୁସ୍କିଲ । ଏହି ଭିଡିଓରେ ଟ୍ୱିଙ୍କିଲ୍, ନିତାରାଙ୍କୁ କହୁଛନ୍ତି ଯେ, ମୋ ରୁମରେ ଏମିତି କାହିଁକି କରୁଛ ? କ’ଣ ତୁମର କିଛି କ୍ଲାସ୍ ନାହିଁ ? । ହେଲେ ତାଙ୍କର ସବୁ କଥାକୁ ସେ ଇଗ୍ନୋର୍ କରୁଛନ୍ତି ।
ଟ୍ୱିଙ୍କିଲ୍ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ‘କ୍ୟା ସ୍କୁଲ ପ୍ଲିଜ୍ ଇହ୍ନେ ୱାପସ୍ ନେହି ବୁଲା ସକ୍ତେ ହେ ‘ । ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଏବଂ ସମସ୍ତେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।