ବର୍ତମାନ ଆଦିତ୍ୟଙ୍କ ପିତା ତଥା ବଲିଉଡର ଆଗଧାଡିର ଗାୟକ ଉଦିତ୍ ନାରାୟଣ, ସେମାନଙ୍କ ବିବାହ ବିଷୟରେ ମୁହଁ ଖୋଲିଛନ୍ତି । ସେ ଶ୍ୱେତା ଅଗ୍ରୱାଲଙ୍କୁ ବହୁ ବର୍ଷ ଆଗରୁ ଜାଣିଥିଲେ, କିନ୍ତୁ ଆଦିତ୍ୟଙ୍କ ଭଲ ବନ୍ଧୁ ହିସାବରେ ଜାଣିଥିବା କଥା, କହିଛନ୍ତି ଉଦିତ୍ ନାରାୟଣ ।
ଦୈନିକ୍ ଭାଷ୍କରକୁ ଦେଇଥିବା ଏକ ସାକ୍ଷାତକାରରେ ଉଦିତ୍ ନାରାୟଣ ଏ କଥା କହିଛନ୍ତି ଯେ, ମତେ ଜଣା ନଥିଲା, ଆଦିତ୍ୟ ଏବଂ ଶ୍ୱେତା ପରସ୍ପରଙ୍କୁ ଡେଟ କରୁଛନ୍ତି । ଗୋଟେ ଦିନ ଆଦିତ୍ୟ ମୋ ପାଖକୁ ଆସି ସେ ଶ୍ୱେତାଙ୍କୁ ବିବାହ କରିବାକୁ ଚାହୁଁଥିବା କଥା କହିଥିଲେ । ମୁଁ କେବଳ ତାଙ୍କୁ ଏତିକି କହିଥିଲି ଯେ,ଯଦି ଆଗକୁ କିଛି ଘଟେ,ତେବେ ବାପା-ମାଆଙ୍କୁ ଦୋଷ ଦେବନାହିଁ ।
ଉଦିତ୍ ନାରାୟଣ ଏକଥା ମଧ୍ୟ କହିଛନ୍ତି ଯେ, ବର୍ତମାନ ଯାଏଁ ଆମେ ଆଦିତ୍ୟଙ୍କ ପାଇଁ ଅନେକ କିଛି କରିଛୁ । ବିବାହ କଥା କହିଥିଲେ ତା ପାଇଁ ଭଲ ଝିଅଟିଏ ମଧ୍ୟ ଖୋଜି ଆଣିଥାନ୍ତୁ , ହେଲେ ବର୍ତମାନ ସେ ବଡ ହୋଇ ସାରିଛନ୍ତି । ତାଙ୍କ ଖୁସିରେ ଆମ ଖୁସି । ‘ଲଡ୍କା-ଲେଡକୀ ରାଜି ତୋ କ୍ୟା କରେଗା କାଜି’ । ଆମେ ଚାହୁଁଥିଲୁ ଆଦିତ୍ୟଙ୍କ ବିବାହ ଖୁବ୍ ଧୁମଧାମରେ ହଉ, କିନ୍ତୁ କରୋନା ମହାମାରୀ ପରିସ୍ଥିତିରେ ଏପରି ହେବା ଅସମ୍ଭବ । ଯଦି ସବୁକିଛି ଠିକ୍ଠାକ୍ ରହେ ତେବେ ଡିସେମ୍ବର ୧ରେ ଖୁବ୍ କମ୍ ଲୋକଙ୍କ ମଧ୍ୟରେ ମୁମ୍ବାଇରେ ଆଦିତ୍ୟଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ ।