ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ତାଙ୍କ ଅଭିନୟ ସହିତ ତାଙ୍କ ଷ୍ଟାଇଲ ଓ ଡାନ୍ସ ପାଇଁ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଏବେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଥିବା ଦେଖିବାକୁ ମିଳୁଛି । ଫଟୋ ଓ ଭିଡିଓ ସେୟାର କରି ସେ ଫ୍ୟାନ୍ସ ମାନଙ୍କ ସହିତ ଯୋଡି ହୋଇ ରହୁଛନ୍ତି । ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଛୁଆମାନଙ୍କ ସହିତ ରହି ଖାଦ୍ୟ ପୁଡିଆ ବାଂଟୁଥିବାର ନଜର ଆସୁଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ପରେ, ପ୍ରଶଂସକମାନେ ଏହାକୁ ବେଶ ପସନ୍ଦ କରିବା ସହିତ ନିଜ ନିଜର ମନ୍ତବ୍ୟ ଦେଉଛନ୍ତି ।
ଭାଇରାଲ ହୋଇଥିବା ଏହି ଭିଡିଓରେ ସେ ଏକ ସ୍ୱଚ୍ଛ ରଙ୍ଗର ସଲୱାର ସୁଟ୍ ପିନ୍ଧି ଛୁଆମାନଙ୍କ ଗହଣରେ ଏକଦମ୍ ପ୍ୟାରଭରା ଅନ୍ଦାଜରେ ଖାଦ୍ୟ ପୁଡିଆ ଦେଉଥିବା ନଜର ଆସୁଛନ୍ତି ।
ସୂଚନାଯୋଗ୍ୟ : ଉର୍ବଶୀ ରଉତେଲା ନିକଟରେ ନେହା କକ୍କରଙ୍କ ବିବାହରେ ସାମିଲ ହୋଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ସେଥିରେ ସେ ଏକ ଷ୍ଟାଇଲିଷ୍ଟ ଡ୍ରେସ ପିନ୍ଧି ରେଡ୍ କାର୍ପେଟ୍ ଉପରେ ଷ୍ଟାଇଲିଷ୍ଟ ଅନ୍ଦାଜରେ ଚାଲୁଥିବା ନଜର ଆସିଥିଲେ । ଭିଡିଓରେ ସେ ବହୁତ୍ ସୁନ୍ଦର ଲାଗିବା ସହିତ, ଫ୍ୟାନ୍ସମାନେ ତାଙ୍କର ଖୁବ୍ ତାରିଫ୍ ମଧ୍ୟ କରିଥିଲେ