ବିନା ଭକ୍ତରେ ଗଡିଲା ରୁକୁଣା ରଥ
ନୂଆଦିଲ୍ଲୀ : ଫିଲ୍ମ’ବେଦମ୍’ଫେମ୍ ଅଭିନେତା Nagaiahଙ୍କର ଶନିବାର ସକାଳ ୪.୩୦ରେ ଦେହାନ୍ତ ହୋଇଛି । ୭୭ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ । ସେ ତାଙ୍କ କ୍ୟାରିୟରରେ ୩୦ ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି ।
ଫିଲ୍ମ’ବେଦମ୍’ ବ୍ୟତୀତ ସେ ଆହୁରି ଅନେକ୍ ଫିଲ୍ମରେ କାମ କରିଛନ୍ତି । ଏତେ ଫିଲ୍ମରେ କାମ କରିବା ପରେ ମଧ୍ୟ ସେ ତାଙ୍କ ଜୀବନରେ ଅନେକ୍ ସମସ୍ୟାର ସାମ୍ନା କରିଛନ୍ତି । ଗାଁରେ କାମ କରିବାରେ ସେ ଅସମର୍ଥ ହେବା ପରେ, ସେ ତାଙ୍କ ପୁଅଙ୍କ ସହିତ ହାଇଦ୍ରାବାଦ୍ ଆସି ଯାଇଥିଲେ ।
ଦିନେ ତାଙ୍କର ନିର୍ମାତା ରାଧାକୃଷ୍ଣଙ୍କ ସହିତ ଦେଖା ହୁଏ । ଯିଏ ତାଙ୍କୁ ବେଦମରେ କାମ କରିବାର ସୁଯୋଗ ଦେଇଥିଲେ ।