ସନ୍ନି ଦେଓଲଙ୍କ ‘ଗଦର: ଏକ ପ୍ରେମ କଥା’, ମନୋଜ ବାଜପେୟୀଙ୍କ ‘ସତ୍ୟା’, ଶାହରୁଖ ଖାନଙ୍କ ‘ଅଶୋକା’, ‘ତାଲ’, ‘ବଣ୍ଟି ଅର ବବଲି’, ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ମିଥିଳେଶ । କିନ୍ତୁ କୋଇ ମିଲଗୟାରେ ତାଙ୍କ ଅଭିନୟ ଥିଲା ବେଶ ବଳିଷ୍ଠ ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ହିନ୍ଦୀ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ଦେହାନ୍ତ । ଗତକାଲି ଲକ୍ଷ୍ନୌରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସେ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେବ ହୃଦଘାତ ସହ ଲଢେଇ କରୁଥିଲେ । ପରେ ସେ ନିଜ ହୋମ ଟାଉନକୁ ଚିକିତ୍ସା ପାଇଁ ଫେରି ଆସିଥିଲେ । ତାଙ୍କ ଦେହାନ୍ତ ନେଇ ସୋସିଆଲ ମିଡିଆରେ ତାଙ୍କ ଜ୍ୱାଇଁ ଆଶିଷ ଚତୁର୍ବେଦୀ ସୂଚନା ଦେଇଛନ୍ତି । ମିଥିଲେଶଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଛି । ମିଥିଲେଶ ଚତୁର୍ବେଦୀ ତାଙ୍କ କ୍ୟାରିୟରରେ ଅନେକ ବଡ ଏବଂ ଭଲ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।