ଆହେ ନୀଳ ଶୈଳ..
ଆରପାରିରେ ବଲିଉଡର ବରିଷ୍ଠ ଅଭିନେତା ଜଗଦୀପ
ମୁମ୍ୱାଇ: ଆରପାରିରେ ବଲିଉଡର ବରିଷ୍ଠ ଅଭିନେତା ଜଗଦୀପ । ବୁଧବାର ମୁମ୍ବାଇ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ସୋଲେ ଫିଲ୍ମର ସୁରମା ଭୋପାଲି ଚରିତ୍ର ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ । ୪୦୦ରୁ ଅଧିକ ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ଖାସକରି ହାସ୍ୟ ଅଭିନେତା ଭାବରେ ତାଙ୍କର ଅଭିନୟ ଦର୍ଶକ କେବେ ବି ଭୁଲିବେ ନାହିଁ ।
୧୯୫୧ରେ ବି.ଆର ଚୋପ୍ରାଙ୍କ ଫିଲ୍ମ ଅଫସାନାରେ ଶିଶୁ କଳାକାର ଭାବରେ ସେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ମୃତ୍ୟୁ ବେଳଙ୍କୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ହୋଇଛି । ଗତ ୩ ମାସରେ ବଲିଉଡ ୫ ଚର୍ଚ୍ଚିତ ନାଁକୁ ହରାଇଛି । ଇରାପାନ ଖାନ, ଋଷି କପୁର, ସୁଶାନ୍ତ ସିଂ ରାଜପୁତ, ସରୋଜ ଖାନଙ୍କ ପରେ ଏବେ ଯୋଡ଼ିହୋଇଛି ଜଗଦୀପଙ୍କ ନାଁ ।
ବିଜେବି କଲେଜ ଛାତ୍ରୀଙ୍କ ରହସ୍ୟମୟ ଆତ୍ମହତ୍ୟାକୁ ନେଇ ଚାଞ୍ଚଲ୍ୟ, ତଦନ୍ତ ଜାରି ରଖିଛି ପୋଲିସ

ଅର୍ଗସ ବ୍ୟୁରୋ: ବିଜେବି କଲେଜ ଛାତ୍ରୀଙ୍କ ରହସ୍ୟମୟ ଆତ୍ମହତ୍ୟାକୁ ନେଇ ଚାଂଚଲ୍ୟ। କଲେଜର ହଷ୍ଟେଲରୁ ପ୍ଲସ-ଥ୍ରୀ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ସିନିୟରଙ୍କ ରାଗିଂ ଅସହ୍ୟ ହେବାରୁ ଜୀବନ ହାରିଥିବା ସୁଇସାଇଡ ନୋଟରେ ଲେଖିଛନ୍ତି ରୁଚିକା । ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକେ । ସେ ରଶି ଲଗାଇ ଆତ୍ମହତ୍ୟ
Download Argus News App
