Naba Das Death Case : ଧର୍ମେନ୍ଦ୍ର ଠିକ୍ କହିଛନ୍ତି : ସୁର
ନିର୍ଦ୍ଦେଶକ ତଥା ନିର୍ମାତା ବାସୁ ଚାଟାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ: ଭେଟେରାନ ନିର୍ଦ୍ଦେଶକ ତଥା ନିର୍ମାତା ବାସୁ ଚାଟାର୍ଜୀଙ୍କ ପରଲୋକ । ବଲିଉଡ ପାଇଁ ପୁଣି ଏକ ଦୁଃଖଦ ଖବର । ମୃତ୍ୟୁ ବେଳକୁ ବାସୁଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ତେବେ ଏହା ଭିତରେ ୨୦୨୦ ମସିହା ବଲିଉଡ୍ ପାଇଁ କଳାବର୍ଷ ଭଳି ମନେ ହେଉଛି । ଲଗାତାର ଜଣଙ୍କ ପରେ ଜଣେ ବଳିଉଡର ଉଜ୍ୱଳ ତାରକା ଇହଲୀଳା ତ୍ୟାଗ କରୁଛନ୍ତି । ତେବେ ବାସୁଙ୍କୁ ବୟସାଧିକ୍ୟ ସମ୍ୱନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ । ଗୁରୁବାର ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ବାସୁ ଚାଟାର୍ଜୀଙ୍କ ମୃତ୍ୟୁ ଘଟିଛି । ଏନେଇ ଇଣ୍ଡିଆନ ଫିଲ୍ମ ଆଣ୍ଡ ଟେଲିଭିଜନ ଡିରେକ୍ଟର୍ସ ଆସୋସିଏସନର ସଭାପତି ଅଶୋକ ପଣ୍ଡିତ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ ବଲିଉଡ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଅଶୋକ ।
Download Argus News App
