ଉତ୍କୃଷ୍ଟ ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ତାଙ୍କୁ ୨୦୧୬ରେ ୪୮ ତମ ଦାଦା ସାହେବ ପୁରସ୍କାର ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା। ୫ଥର ଜାତୀୟ ପୁରସ୍କାର ସହିତ ୧୯୯୨ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଦାଦା ସାହେବ ଫାଲ୍କେ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା କସୀନଥୁନୀ ବିଶ୍ବନାଥଙ୍କ ପରଲୋକ । ଗୁରୁବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି।
ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। କଳାତପସ୍ୱୀ ନାମରେ ପରିଚିତ ବିଶ୍ବନାଥ ୧୯୩୦ ଫେବ୍ରୁଆରୀରେ ଆନ୍ଧ୍ରପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ। ତେଲୁଗୁ, ତାମିଲ ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବିଶ୍ବନାଥ ।