ପ୍ରକାଶ ଥାଉକି, ପଣ୍ଡିତ କିରଣ ମିଶ୍ର ୧୫ ଦିନ ପୂର୍ବରୁ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେଇଥିଲେ । ଏହାର ଦୁଇଦିନ ପରେ ତାଙ୍କୁ ସାମାନ୍ୟ ଜ୍ୱର ଆସିଥିଲା । ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ଔଷଧ ଦିଆଯାଇଥିଲା ।
କିରଣ ମିଶ୍ରଙ୍କ ପୁଅ ସ୍ୱଦେଶ ମିଶ୍ର କହିଛନ୍ତି ଯେ,’ ପୂର୍ବରୁ ଯେବେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ସେତେବେଳେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ଯେତେବେଳେ ଆମେ ହାର୍ଟ ଡାକ୍ତରଙ୍କ ପାଖକୁ ଯାଇଥିଲୁ ସେ ସିଟି ସ୍କାନ୍ କରିଥିଲେ ଏବଂ ସେଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ତାଙ୍କୁ ୧୩ ଏପ୍ରିଲରେ Seven Hills Hospitalରେ ଭର୍ତ୍ତୀ କରାଯାଇଥିଲା । ତିନି ଦିନ ପୂର୍ବରୁ ତାଙ୍କର ଅକ୍ସିଜେନ୍ ଲେବୁଲ ଅଚାନକ୍ ବହୁତ୍ କମ୍ ହୋଇଯାଇଥିଲା । ଯାହା ଫଳରେ ତାଙ୍କୁ ନିଶ୍ୱାସ ନେବାରେ ବହୁତ୍ ଅସୁବିଧା ହେଉଥିଲା । ଏହା ସହିତ ତାଙ୍କ ବ୍ଲଡ୍ପ୍ରେସର ମଧ୍ୟ ବଢି ଯାଇଥିଲା ‘ ।