କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ ଆମ୍ବୋ ଗାଁରେ ଅଗ୍ନିକାଣ୍ଡ...
ନୂଆଦିଲ୍ଲୀ : ମଲାୟଲମ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ତଥା ଲେଖକ ପି ବାଲାଚନ୍ଦ୍ରନ୍ଙ୍କ ଦେହାନ୍ତ ଘଟିଛି । ୬୯ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । କେରଳର ନିଜ ବାସଭବନରେ ସକାଳ ପାଖାପାଖି ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଗତ ୮ ମାସ ଧରି ହସ୍ପିଟାଲରେ ତାଙ୍କର ଟ୍ରିଟମେଣ୍ଟ ଚାଲିଥିଲା । ଯେଉଁଥିପାଇଁ ସେ ଦୀର୍ଘ ଦିନରେ ବିଛଣାରେ ପଡି ରହିଥିଲେ । ବାଲାଚନ୍ଦ୍ରନ୍ କିଛି ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି ।
ବାଲାଚନ୍ଦ୍ରନଙ୍କର ପୁରା ନାଁ ହେଉଛି, ପଦ୍ମନାଭନ୍ ବାଲାଚନ୍ଦ୍ରନ୍ ନାୟର । ୨ ଫେବୃୟାରୀ ୧୯୫୨ରେ ସେ ଜନ୍ମଗ୍ରହଣ କରିଥିଲେ । ସେ ମାଲାୟଲମ୍ ଇଣ୍ଡଷ୍ଟ୍ରିରେ ଜଣେ ସ୍କ୍ରିପ୍ଟରାଇଟର ଏବଂ ଆକ୍ଟର ଭାବେ ବେଶ ଜଣାଶୁଣା ଥିଲେ । ତାଙ୍କ ଦେହାନ୍ତ ଖବର ପାଇବା ପରେ, ମଲାୟଲମ୍ ଇଣ୍ଡଷ୍ଟ୍ରିରେ ଶୋକା ଛାୟା ଖେଳି ଯାଇଛି ।