ଅର୍ଗସ ବ୍ୟୁରୋ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ମାତା କେ ମୁରଲିଧରନଙ୍କ ପରଲୋକ। ତାଙ୍କ ଦେହାନ୍ତରେ ସାରା ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଦୁଃଖର ଛାୟୀ ଖେଳିଯାଇଛି।ତାମିଲନାଡୁର କୁମ୍ଭକୋଣମରେ ଥିବା ବାସଭବନରେ ମୃତ୍ୟୁ ଘଟିଛି।ସାଉଥ ସୁପରଷ୍ଟାର କମଲ ହାସନ ସୋସିଆଲ ମିଡିଆରେ କେ ମୁରଲୀଧରନଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସେ ତାମିଲରେ ଏକ ଟ୍ୱିଟରେ ଲେଖିଛନ୍ତି, “ଲକ୍ଷ୍ମୀ ଚଳଚ୍ଚିତ୍ର ନିର୍ମାତା କେ ମୁରଲିଧରନ୍ ଯିଏ ଅନେକ ହିଟ୍ ଫିଲ୍ମ କରିଥିଲେ, ସେ ଆଉ ନାହାଁନ୍ତି। ମୂରଲୀଧରନ୍ ମଧ୍ୟ ପୂର୍ବତନ ତାମିଲ ପ୍ରଡ୍ୟୁସରର୍ସ କାଉନସିଲ୍ର ସଭାପତି ଥିଲେ। ସେ ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି।
ମନୋରଂଞ୍ଜନ ଖବର ଆହୁରି ପଢନ୍ତୁ