ପରିବାର ପକ୍ଷରୁ ତାଙ୍କୁ ଡାକ୍ତରଖାନାକୁ ନେବାକୁ ପ୍ରସ୍ତୁ୍ତି ଚାଲିଥିବା ବେଳେ ତାଙ୍କର ମୁତ୍ୟୁ ଘଟିଥିଲା। ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ କରାଯାଇଛି । ଆଜି ରାଷ୍ଟ୍ରୀୟମର୍ଯ୍ୟାଦା ସହିତ ହେବ ଶେଷକୃତ୍ୟ ।
ଶେଷନିଦ୍ରାରେ ମଲାଜହ୍ନର ‘ସତୀ’

ଅର୍ଗସ ବ୍ୟୁରୋ: ଶେଷନିଦ୍ରାରେ ମଲାଜହ୍ନର ‘ସତୀ’ । ପ୍ରଖ୍ୟାତ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ । ନୃତ୍ୟରେ ନିପୁଣ ଆଉ ଅଭିନୟରେ ଅଦ୍ବିତୀୟ। ଶିକ୍ଷାଦୀକ୍ଷାରେ ଧୁରନ୍ଧର ଆଉ ସାମାଜିକ ସଂପର୍କ ସ୍ଥାପନରେ ବିଚକ୍ଷଣ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅମଡ଼ା ବାଟର ପଥିକ ହୋଇ ଅନ୍ୟମାନଙ୍କୁ ବାଟ କଢାଇ ଥିବା ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସ ଆଉ ନାହାନ୍ତି।ଗୁରୁବାର ରାତିରେ ସେ ସ୍ବାଭାବିକ ଭାବେ ଖାଇପିଇ ଶୋଇଥିଲେ। ରାତି ୨ଟାରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ।
Download Argus News App
