୨୦୦୪ରେ ରିଲିଜ୍ ହୋଇଥିଲା ଚମେଲି । ଏଥିରେ କରୀନା କପୁର ଏକ ଦେହଜୀବୀ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ସେତେଟା ସଫଳତା ହାସଲ କରିନଥିଲା ସତ, ମାତ୍ର ଏଥିରେ କରୀନା କପୁର ଖାନଙ୍କ ଅଭିନୟକୁ କାଫି ପସନ୍ଦ କରାଯାଇଥିଲା ।
୨୦୧୫ରେ ରିଲିଜ୍ ହୋଇଥିଲା ବଦଲାପୁର । ଏଥିରେ ଅଭିନେତ୍ରୀ ହୁମା କ୍ୟୁରୋଶୀ ଜଣେ କଲଗର୍ଲ ଭୂମିକାରେ ଅଭିନୟ କରିଥିଲେ । ଏଥିରେ ତାଙ୍କର ଏକ ସିନକୁ ନେଇ କାଫି ଚର୍ଚ୍ଚା ହୋଇଥିଲା ।
କରୀନାଙ୍କ ଅନ୍ୟ ଏକ ଫିଲ୍ମ 2012ରେ ରିଲିଜ୍ ହୋଇଥିଲା, ଯାହାର ନାମ ଥିଲା ତଲାସ । ଏଥିରେ ମଧ୍ୟ କରୀନାକୁ ସେକ୍ସ ୱାର୍କର ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଅମିର ଓ ରାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
ରାନୀ ମୁଖାର୍ଜୀ ମଧ୍ୟ ଏଭଳି ଭୂମିକାରେ ଅଭିନୟ କରିସାରିଛନ୍ତି, ଯାହାକୁ ବେଶ୍ ପସନ୍ଦ କରାଯାଇଛି । ସାବରିଆ ଫିଲ୍ମରେ ରାଣୀ ମୁଖାର୍ଜୀ ଏହି ଭୂମିକାରେ ଅଭିନୟ କରିଥିଲେ ।
ସେହିପରି ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା ମଧ୍ୟ ଚୋରି ଚୋରି ଚୁପ୍କେ ଚୁପକେରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ ।