ଅମିତ୍ ମସୁରକରଙ୍କ ଦ୍ବାରା, ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଦ୍ୟା ବାଲାନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍ କରାଯିବ ।
ଏକ ଘଂଚ ଜଙ୍ଗଲରୁ ଟ୍ରେଲର ଆରମ୍ଭ ହେଉଛି । ଏଥିରେ ବିଦ୍ୟା ବାଲନଙ୍କର ଦମଦାର ଡାଇଲଗ ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ଏଥିରେ ବିଦ୍ୟା ବାଲାନଙ୍କ ସମେତ, ଶରତ ସକ୍ସେନା, ମୁକୁଲ ଚଡ୍ଡା, ବିଜୟ ରାଜ୍ , ଇଲା ଅରୁଣ, ବ୍ରିଜେନ୍ଦ୍ର କଲା, ଏବଂ ନୀରଜ କବି ମଧ୍ୟ ନଜର ଆସିବେ । ତେବେ ଏହାର ଟ୍ରେଲର ଆଉଟ ହେବା ପରେ, ଏବେ ଫିଲ୍ମର ସମ୍ପୂର୍ଣ୍ଣ କାହାଣୀ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ । ତେବେ ଦେଖିବାକୁ ବାକି ରହିଲା, ଏହି ଫିଲ୍ମ ଦର୍ଶକଙ୍କୁ ହୃଦୟକୁ କେତେ ଜିତି ପାରୁଛି ।