ଏ ବର୍ଷ ରକୁଲ ପ୍ରାୟ ୫ଟି ବଲିଉଡ୍ ଫିଲ୍ମରେ ନଜର ଆସିଛନ୍ତି । କିନ୍ତୁ ସାଉଥ୍ରେ ତାଙ୍କର କୌଣସି ଫିଲ୍ମ ଏ ବର୍ଷ ରିଲିଜ୍ ହୋଇନାହିଁ । ତେବେ କିଛି ଫିଲ୍ମର ସୁଟିଂ ସେ କରିଛନ୍ତି ଏବଂ ସେଗୁଡ଼ିକର ରିଲିଜ୍ ହେବାକୁ ଅପେକ୍ଷା କରିଛନ୍ତି । ଏବେ ଯାହା ଜଣାପଡୁଛି, ରକୁଲ ଅଧିକ ସାଉଥ୍ ଫିଲ୍ମ ସାଇନ୍ କରିବାକୁ ଚାହୁଁଛନ୍ତି । ଏ ବିଷୟରେ ସେ କହିଛନ୍ତି ‘ମୁମ୍ବାଇ ଆସିବା ପରଠୁ ଅଧିକ ସାଉଥ୍ ପ୍ରୋଜେକ୍ଟ ମୁଁ ସାଇନ୍ କରିପାରି ନାହିଁ । ଏକାଧିକ ହିନ୍ଦୀ ଫିଲ୍ମରେ କାମ କରି ମୁଁ ବହୁତ ଥକିପଡ଼ିଛି ।
ଏବେ କେବଳ ମୋ ହାତରେ ତାମିଲ ଫିଲ୍ମ ‘ଇଣ୍ଡିଆନ୍-୨’ ଏବଂ ଏଲ୍ ବିଜୟଙ୍କ ନିର୍ଦ୍ଦେଶିତ ଆଉ ଏକ ଫିଲ୍ମ ରହିଛି, ଯାହାର ସୁଟିଂ ଶେଷ ହୋଇଛି। ଏଣିକି ସାଉଥ୍ ଉପରେ ମୋର ବେଶି ଫୋକସ୍ ରହିବ ।’ ସାଉଥ୍ରେ ଭଲ ପ୍ରୋଜେକ୍ଟ ଆସିଲେ, ନିଶ୍ଚିତ ଭାବେ ସେ ସାଇନ୍ କରିବେ । ସମୟ ଅଭାବରୁ ସାଉଥ୍ ଫିଲ୍ମକୁ ସମୟ ଦେଇପାରିନଥିବା ରକୁଲ ଏବେ ତେଲୁଗୁ ଓ ତାମିଲରେ ନିଜ ଲୋକପ୍ରିୟତାକୁ ଖୁବ୍ ଝୁରୁଛନ୍ତି । ଖୁବ୍ଶୀଘ୍ର ଫିଲ୍ମ ଜରିଆରେ ଲୋକଙ୍କ ଭଲପାଇବା ପାଇବାକୁ ସେ ଆଶା ରଖିଛନ୍ତି।